ନବରଙ୍ଗପୁର/ପାପଡାହାଣ୍ଡି : ୫ଦିନ ତଳେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସଂଯୋଗ କରିଥିଲେ। ମାତ୍ର, ଗ୍ୟାସ୍ ବ୍ୟବହାର ସମ୍ପର୍କରେ ଜାଣିନଥିଲେ। ରୋଷେଇ ସମୟରେ ଗ୍ୟାସ୍ ଲିକ୍ ହୋଇଥିଲାବେଳେ ଅଗ୍ନିସଂଯୋଗ କରିଦେଲେ। ଫଳରେ, ଏକ ବଡ଼ଧରଣର ଦୁର୍ଘଟଣା ହେଲା। ଏଥିରେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଡକରାଗୁଡା ଗାଁରେ ଏହି ଦୁର୍ଘଟଣା ଘଟିଛି।
ଆଜି ସକାଳେ ଗାଁର ଧନସିଂ ଭତ୍ରାଙ୍କ ପତ୍ନୀ ସୁବର୍ଣ୍ଣା ଚୁଲାରେ ଅଗ୍ନି ସଂଯୋଗ କରିବା ବେଳେ ଲିକ୍ ହୋଇଥିବା ଗ୍ୟାସ୍ ହୁତ୍ ହୁତ୍ ହୋଇ ଜଳିବା ଆରମ୍ଭ କରିଥିଲା। କିଛି ସମୟ ମଧ୍ୟରେ ନିଆଁ ପୂରା ଘରକୁ ବ୍ୟାପୀ ଯାଇଥିଲା। ଶୋଇଥିବା ଝିଅ ବିକିଲି ଭତ୍ରା, ପୁଅ ବଳରାମ ଏବଂ ଖଗପତିଙ୍କୁ ଧରି ଦମ୍ପତି ଘର ବାହାରକୁ ଚାଲି ଆସିଥିଲେ। ଏହି ଖବର ପାଇଁ ପାପଡହାଣ୍ଡିରୁ ଦମକଳ ଗାଡି ଆସି ନିଆଁକୁ ଲିଭାଇବା ସମୟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଛାଡ଼ ଉଡ଼ିଯିବା ସହ ଘରେ ଥିବା ସବୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ମୂଲ ଲାଗି ସଂଚୟ କରି ରଖିଥିବା ନଗଦ ୧୫ ହଜାର ଟଙ୍କା, କିଛି ସୁନା ଅଳଙ୍କାର ବି ପୋଡ଼ି ଯାଇଛି। ପିନ୍ଧା ଲୁଗାକୁ ଛାଡ଼ିଦେଲେ ଆଉ ସବୁ ପୋଡ଼ି ପାଉଁଶ ହୋଇଯାଇଛି।
ଖାଲି ଯୋଗାଇଲେ ହେବ ନାହିଁ, ଗରିବ ତଥା ଅନଭିଜ୍ଞ ହିତାଧିକାରୀଙ୍କୁ ଏହାର ବ୍ୟବହାର ସମ୍ପର୍କେର ଅବଗତ କରାଇବା ନିତାନ୍ତ ଆବଶ୍ୟକ ବୋଲି ଘଟଣା ପରେ ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ngp-papadahandi-gas-sylinder-explore-3.jpg)