ଖୋର୍ଦ୍ଧା: ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯାଇ ବିସ୍ଫୋରଣ ହେବାରୁ ଆଜି ରାତି ପ୍ରାୟ ୯ଟାରେ ୮ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ ହୋଇଯାଇଛି। ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଲ ଗ୍ରାମର ପଣ୍ଡାସାହିରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୨ଟି ପରିବାରର ୮ ବଖରା ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଗାଁ ଲୋକଙ୍କ ଠାରୁ ସୂଚନା ପାଇ ଟାଙ୍ଗି ଓ ରଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଆୟତ୍ତ ହୋଇଥିବା ଜଣାଯାଇଛି। କିନ୍ତୁ ଏହା ପୂର୍ବରୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/348aad85-66b7-43bd-9fec-1cc587699f18.jpg)