ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍, ୮ ଆଇସିୟୁରେ

ରାଉରକେଲା: ଆଜି ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବାର ଖବର ମିଳିଛି। ଏହାଫଳରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ଏବେ ଆଇଜିଏଚର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ କର୍ମଚାରୀ ଓ ୫ ଜଣ ଠିକା ଶ୍ରମିକ ଥିବା ଜଣାଯାଇଛି। ଜଣେ ମହିଳା ଶ୍ରମିକ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି।

ଆହତମାନେ ହେଲେ ବରିଷ୍ଠ ମ୍ୟାନେଜର ଜୟରାମ ବାରିକ, କର୍ମଚାରୀ  ଦୁଃଖୀଶ୍ୟାମ ଦାସ ଓ ପ୍ରଦୀପ କୁମାର ସାହୁ ଏବଂ ଠିକା ଶ୍ରମିକ ରାଜୁ ମଇତି, ଶାନ୍ତନୁ ନାୟକ, ପ୍ରଦୀପ କୁଜୁର, ସୂରଜ ଛତ୍ରୀ ଓ ଠିକାଦାର ଲକ୍ଷ୍ମୀ ସିଂହ।

ସୂଚନା ଅନୁଯାୟୀ ଗ୍ୟାସ୍ କ୍ଲିନିଂ ପ୍ଲାଣ୍ଟରେ କାମ କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର