ବ୍ରହ୍ମପୁର : ବଡ଼ ବଜାର ଥାନା ଫାଷ୍ଟଗେଟ ଅଞ୍ଚଳରେ ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ତ ଘଟଣାରେ ଗୁରୁତର ହୋଇଥିବା ୪ଜଣଙ୍କ ମଧୢରୁ ମା’-ପୁଅର ଆଜି ମୃତ୍ୟୁ ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟେ ଆଖି ବୁଜିଛନ୍ତି। ଏହି ଘଟଣା ଫାଷ୍ଟଗେଟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତକମାନେ ହେଲେ ସନ୍ତୋଷ ପଣ୍ତାଙ୍କ ପତ୍ନୀ ସନ୍ତୋଷିନୀ ପଣ୍ତା(୩୨) ଓ ପୁଅ ମାଧବ ପଣ୍ତା(୫) ବୋଲି ଜଣାପଡ଼ିଛି। ଅନ୍ୟ ଦୁଇଜଣ ମିଲି ପାଣିଗ୍ରାହୀ ଓ ଗୌତମ ଚୌଧୁରୀଙ୍କ ଅବସ୍ଥା ମଧୢ ଗୁରୁତର ରହିଛି।ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗାୟତ୍ରୀନଗରରେ ଗତକାଲି ସ˚ଧୢାରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ତ ଘଟି ୩ଟି ପରିବାରର ୪ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସନ୍ତୋଷିନୀ ଓ ପୁଅ ମାଧବର ମୃତ୍ୟୁ ଘଟିଥିଲା। ସନ୍ତୋଷିନୀଙ୍କ ସ୍ବାମୀ ସନ୍ତୋଷ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ହସ୍ପିଟାଲ ବିଲ୍ ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ। ବଡ଼ କଷ୍ଟର ସେ ଅଧିକା˚ଶ ବିଲ୍ ପୈଠ କରିଥିଲେ। ଫଳରେ ସମ୍ପୃକ୍ତ ଘରୋଇ ମେଡିକାଲ କର୍ତ୍ତୃପକ୍ଷ କେବଳ ମାଧବର ଶବ ହସ୍ତାନ୍ତର କରିଥିଲେ। ବଳକା ଟଙ୍କା ଡିପୋଜିଟ୍ କରିବା ପରେ ସନ୍ତୋଷିନୀଙ୍କ ଶବ ଦିଆଯିବ ବୋଲି କହିଥିଲେ। ଏଥିରେ ସନ୍ତୋଷ ଭାଙ୍ଗି ପଡ଼ିଥିଲେ। ପତ୍ନୀଙ୍କ ଶବ ପାଇବା ପାଇଁ ତାଙ୍କୁ ବହୁ ହଇରାଣ ହେବାକୁ ପଡ଼ିଥିଲା।
ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ତ ଘଟଣା : ଆଖି ବୁଜିଲେ ମା’-ପୁଅ
/sambad/media/post_attachments/wp-content/uploads/2018/12/fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)