କିଶନନଗର: ଆଜି ସନ୍ଧ୍ୟା ପ୍ରାୟ ୮ଟା ବେଳେ କିଶନନଗର ବିଶ୍ୱାଳପଡାସ୍ଥିତ ମଣ୍ଟେଶ୍ୱରୀ ଶୀତଳ ଭଣ୍ଡାରରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଆଖପାଖ ଅଞ୍ଚଳକୁ ଏହା ବ୍ୟାପୀ ଯାଇଥିଲା। ଫଳରେ ଲୋକଙ୍କ ଆଖି ଓ ନାକ ପୋଡିବା ସହ ଲୋକେ ଅଣନିଶ୍ୱାସୀ ହୋଇ ପଡିଥଲେ। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଲୋକେ ଘର ଛାଡି ନିରାପଦ ଦୂରତାକୁ ପଳାଇ ଯାଇଥିଲେ। ବିଶେଷ କରି ବିଶ୍ୱାଳପଡା ଓ ସାମନ୍ତରାପୁର ଗ୍ରାମବାସୀ ଅଧିକ ପ୍ରଭାବିତ ହୋଇଥିଲେ।
/sambad/media/post_attachments/wp-content/uploads/2021/03/087028d4-1746-40a9-808a-4bbdaac877e0.jpg)
ଖବରପାଇ ରଘୁନାଥପୁର, ବିରିଡି ଓ ସାଲେପୁରରୁ ୫ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ପକାଇବା ସହ ଅକ୍ସିଜେନ ସିଲିଣ୍ଡର ନେଇ ଶୀତଳ ଭଣ୍ଡାର ଗ୍ୟାସ ଲିକ ହେଉଥିବା ଘରେ ପଶିଥିଲେ ଓ ଗ୍ୟାସ ଲିକକୁ ବନ୍ଦ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ପରିଶ୍ରମ କରି ଗ୍ୟାସ ଲିକ୍କୁ ନିୟନ୍ତ୍ରଣ କରିଥିଲେ। ପାଣି ପକାଇ ଶୀତଳ ଭଣ୍ଡାର ଭିତରେ ଜମି ରହିଥିବା ଗ୍ୟାସକୁ ନିଷ୍କ୍ରିୟ କରାଯାଇଥିଲା। ଏହି ଗ୍ୟାସ ଲିକ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କିଶନନଗର ପୁଲିସ ଘଟଣାସ୍ଥଳରେ ପହଂଚିଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
/sambad/media/post_attachments/wp-content/uploads/2021/03/85d3f753-8815-4531-b879-062fa21adeff.jpg)
ପ୍ରକାଶଥାଉକି ୨୦୧୯ ଏପ୍ରିଲ୍ ମାସ ୨୮ ତାରିଖରେ ଏହି ଶୀତଳ ଭଣ୍ଡାରରୁ ଗ୍ୟାସ୍ ଲିକ୍ ହୋଇଥିଲା। ସେତେବେଳେ ଜନବସତି ଭିତରେ ଥିବା ଏହି ଶୀତଳ ଭଣ୍ଡାରକୁ ବନ୍ଦ କରିବାକୁ ଦାବି ହୋଇଥିଲା। ଏହାକୁ ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଳନ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/e2a3f67e-6ba5-4c10-85b3-9bf16e605930.jpg)