ଭୁବନେଶ୍ବର: ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ୟାସ ଗାଡିର ଟାଙ୍କିରୁ co3 ଗ୍ୟାସ୍ ଲିକ୍ ହେଉଛି। ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ରାଜ୍ସୁନାଖଳା ନିକଟସ୍ଥ ବିନୋଦପଡା ଛକରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଟାଙ୍କିରେ ରହିଛି ୧୩ହଜାର ଲିଟର ଅଙ୍ଗାରକାମ୍ଳ ଗ୍ୟାସ ରହିଛି ବୋଲି ଅନୁମାନ କରାଯଉଛି। ଯାତାୟତ ବହୁଳ ଏହି ଜାତୀୟ ରାଜପଥରେ ଅତ୍ୟଧିକ ଗ୍ୟାସ୍ ଲିକ ଯୋଗୁଁ ନିଶ୍ୱାସ ନେବାରେ ହେଉଛି ଅସୁବିଧା ଏବଂ ଟାଙ୍କିଟି ଫାଟି ଯିବାର ଭୟ ମଧ୍ୟ ରହିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ କିମ୍ବା ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନାହାନ୍ତି। ଟ୍ରକଟିର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି।
ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଲୋକେ ଭୟଭୀତ
/sambad/media/post_attachments/wp-content/uploads/2022/05/truck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)