ପିଏମ୍‌ଇସି କ୍ୟାଣ୍ଟିନ୍‌ରେ ଅଘଟଣ

ଗ୍ୟାସ୍ ପାଇପ୍‌ ଫାଟି ୩ ଛାତ୍ର ଓ ରୋଷେୟା ଆହତ

ଗୋପାଳପୁର/ବ୍ରହ୍ମପୁର: ଆଜି ସକାଳେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ-୧ ତଳେ ଥିବା କ୍ୟାଣ୍ଟିନ୍‌ରେ ରନ୍ଧନଗ୍ୟାସ ପାଇପ୍‌ ଫାଟିଯିବାରୁ ୩ଜଣ ଛାତ୍ର ଆହତ ହୋଇଥିଲେ। ଆହତ ହୋଇଥିବା
ରୋଷେୟା ରାଜୁ ତୁରନ୍ତ ଏହି ପାଇପ୍‌ ସଂଯୋଗ ହୋଇଥିବା ସିଲିଣ୍ଡରର ରେଗୁ‌ଲେଟର୍‌ ବନ୍ଦ କରି ଦେବାରୁ ବଡ଼ ଧରଣର ଅଗ୍ନିକାଣ୍ଡ ଏଡ଼ାଇ ଦିଆଯାଇ ପାରିଥିଲା ବୋଲି ଆହତ ଛାତ୍ର ପ୍ରକାଶ କରିଛନ୍ତି। ତେବେ ଗ୍ୟାସ୍‌ ପାଇପ୍‌ ଫାଟିବା ବେଳେ ସେଠାରେ ପ୍ରାୟ ୧୦ଜଣ ଛାତ୍ର ଥିଲେ। ସେମାନଙ୍କ ମଧ୍ୟରୁ ଆହତ ହୋ‌ଇଥିବା ତିନି ଛାତ୍ର ହେଲେ ୭ମ ସେମିଷ୍ଟର ଛାତ୍ର ଅଶ୍ବିନୀ କୁମାର ନାୟକ, ରାକେଶ ରାଉତ ଏବଂ ଦ୍ବିତୀୟ ବର୍ଷ ଛାତ୍ର ମୁକେଶ ପଣ୍ଡା। ସେମାନଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଅଣାଯାଇଥିଲା। ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଛାତ୍ରାବାସକୁ ପୁଣି ଫେରି ଯାଇଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ଏହା ଏକ ଦୁର୍ଘଟଣା। ପୁରୁଣା ଗ୍ୟାସ୍‌ ପାଇପ୍‌ ଗୁଡ଼ିକ ତୁରନ୍ତ ବଦଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର