ଜୟପୁର: ଓଲଟି ପଡ଼ିଲା ଗ୍ୟାସ ଟାଙ୍କର୍। କୋରାପୁଟ ଓ ଜୟପୁର ଘାଟି ମଧ୍ୟରେ ବାରିଣୀପୁଟ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥ ରେ ଆଜି ସକାଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଗ୍ୟାସ୍ ଟାଙ୍କରଟି ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିବା ବେଳେ ଓଲଟି ପଡ଼ିଥିବା ଜଣାଯାଇଛି।
ଖବର ପାଇ ଘଟଣାସ୍ଥଳରେ ବାରିଣୀପୁଟ ଫାଣ୍ଡି ପୁଲିସ ଓ ଜୟପୁର ସଦର ପୁଲିସ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବେଳେ ପହଞ୍ଚି ଉଦ୍ଧାର କାମ ଜାରି ରଖିଥିବାର ସୂଚନା ମିଳିଛି। ଟାଙ୍କରଟି ଓଲଟି ପଡ଼ିଥିବାରୁ ଅନେକ ଗ୍ୟାସ ଟାଙ୍କର୍ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଟକି ରହିଛି।