ବରଗଡ଼ : ବରଗଡ଼ ସହର ଉପକଣ୍ଠ ସୟାଁ ଗାଁ ନିକଟସ୍ଥ ଜାତୀୟ ରାଜପଥ ଉପରେ ଗୁରୁବାର ସଂଧ୍ୟାରେ ରାୟପୁର ଅଭିମୁଖେ ଯାଉଥିବା ଗୋଟିଏ ଇନ୍ଧନ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଓଲଟି ପଡ଼ିଥିଲା। ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର୍ ଜଣକ ତୁରନ୍ତ ଡେଇଁ ବାହାରକୁ ଆସି କୁଆଡ଼େ ଫେରାର୍ ମାରିଥିଲା। ସୌଭାଗ୍ୟବଶତଃ ଅନ୍ୟ କୌଣସି ଗାଡ଼ିରେ ନିଆଁ ଧରି ନଥିଲା। ହେଲେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ପ୍ରାୟ ୩ଘଣ୍ଟା ଧରି ଜଳିଥିଲା। ବରଗଡ଼, ବରପାଲି, ସୋହେଲାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଶତଚେଷ୍ଟା କରିଥିଲେ ହେଁ ନିଆଁ କାବୁ ହୋଇନଥିଲା। ବିସ୍ଫୋରଣ ଆଶଙ୍କା କରି ସେଠାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଦୁର୍ଘଟଣାସ୍ଥଳୀରୁ ୨ଶହ ମିଟର ଯାଏଁ ଫୋର୍ସ ଜଗି ରହିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ମୁଣ୍ଡରେ ଶହଶହ ଗାଡ଼ି ଅଟକି ରହିଥିଲେ। ଦୁର୍ଘଟଣାର କାରଣ ସଠିକ୍ ଜଣାପଡ଼ିନାହିଁ। ହେଲେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ଟ୍ୟାଙ୍କରର ଚକ ଫାଟି ଯିବାରୁ ରାଜପଥ କଡ଼େ ଥିବା ଜଣେ ଚଣା ବିକାଳୀଙ୍କୁ ଚାପି ଦେଇଥିଲା। ଏହାପରେ ଭାରସାମ୍ୟ ହରାଇ ଟ୍ୟାଙ୍କର ଓଲଟି ପଡ଼ିଥିଲା। ସାଂଗେସାଂଗେ ଏଥିରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ଟ୍ୟାଙ୍କର ଏବଂ ଆଖପାଖ ସ୍ଥାନ ସଂପୂ୍ର୍ଣ୍ଣ ଭାବେ ଜଳି ଯାଇଥିବାରୁ ପୁଲିସ୍ ମୃତାହତଙ୍କ ସଂପର୍କରେ ସୁରାକ ପାଇନାହିଁ। ତଦନ୍ତ ପରେ ଏସଂପର୍କରେ ଜଣାପଡ଼ିବ ବୋଲି ପୁଲିସ୍ କହୁଛି।
ଦୁର୍ଘଟଣାରେ ଜଳିଗଲା ଇନ୍ଧନ ଟ୍ୟାଙ୍କର
/sambad/media/post_attachments/wp-content/uploads/2019/02/SBPHO31-BRG31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)