ଜୟପୁର: ଜୟପୁର-କୋରାପୁଟ ଘାଟିର ଗାଜୁଲବାଡି ଗାଁ ପୂର୍ବରୁ ଥିବା ଗୋଟିଏ ମୋଡ଼ରେ ଆଜି ସକାଳ ୬ଟା ବେଳେ ଏଚପି ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଜାତୀୟ ରାଜପଥର ପାର୍ଶ୍ବକୁ ଏହା ଓଲଟି ପଡ଼ିଥିଲା ଏବଂ ଭାଗ୍ୟବଶତଃ ଚାଳକ ଓ ଏବଂ ହେଲଫର ସାମାନ୍ୟ ଆହତ ହୋଇଥିଲେ। ରାସ୍ତା ଖରାଫ ଥିବା ଏବଂ ଗର୍ତ୍ତରୁ ଚକକୁ ବଂଚାଇବାକୁ ଯାଇ ମୋଡ଼ ନିକଟରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିଲା। ଟ୍ୟାଙ୍କରଟି ବିଶାଖାପାଟଣାରୁ ଏଚପି ଗ୍ୟାସ୍ ନେଇ ରାୟପୁର ଅଭିମୁଖେ ଯାଉଥିଲା। ଟ୍ୟାଙ୍କରକୁ କ୍ରେନ୍ ଆଣି ଉଠାଯାଇଥିଲା। ସାଢ଼େ ୩ଟାରୁ ସାଢ଼େ ୪ଟା କ୍ରେନରେ ଉଠାଯାଇଥିଲା। ଏହି ଘଣ୍ଟାଏ କାଳ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ବାଇକ, କାର, ଜିପ, ଟ୍ରକ ଆଦି ଅଟକି ରହିଥିବା ଦେଖିବାକୁ ମିଳିଥିଲା।

Advertisment

ଅନ୍ୟପକ୍ଷରେ ୧୧ଘଣ୍ଟା ପରେ ଗ୍ୟାସ୍ ଟ୍ୟାଙ୍କରକୁ ଉଠାଯାଇଥିଲା। ଖବର ପାଇ ଜୟପୁର ଅଗ୍ନିଶମ ବିଭାଗ ଓକୋରାପୁଟ ଅଗ୍ନିଶମ ବିଭାଗର କନେଷ୍ଟବଲ ଆଦିଙ୍କୁ ନେଇ ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ, ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା, ସଦରଥାନା ଆଇଆଇସି ଈଶ୍ବର ତାଣ୍ଡି , ବାରିଣୀପୁଟ ପାଣ୍ଡି ଅଧିକାରୀ ମନୋରଂଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଟ୍ୟାଙ୍କରକୁ ଉଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଓ ହେଲପର ବି ଦୁର୍ଘଟଣାସ୍ଥଳୀରେ ରହି ଗାଡି ଉଠାଇବାରେ ସହଯୋଗ କରିଥିଲେ।

publive-image

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀଙ୍କର ଦେଖା ମିଳି ନଥିଲା। ଭାଗ୍ୟବଶତଃ ଗ୍ୟାସ୍ ଟ୍ୟାଙ୍କରର ଗ୍ୟାସ୍ ଲିକ୍ ନ ହୋଇ ନଥିଲା। ସୂଚନା ଯୋଗ୍ୟ, ଗତ ବର୍ଷକ ମଧ୍ୟରେ ଜୟପୁର-କୋରାପୁଟ ଘାଟିରେ ଥିବା ଏହି ତିନୋଟି ମୋଡ଼ ନିକଟରେ ୯ଟି ଗ୍ୟାସ ଓତେଲ ଟ୍ୟାଙ୍କର ଓଲଟିବା ସହ ଜଣକର ମୃତ୍ୟୁ ବି ହୋଇଥିଲା। ଜୟପୁର-କୋରାପୁଟ ଘାଟିର ରାସ୍ତାର ଅବସ୍ଥା ଯଥାପୂର୍ବଂକୁ ତଥା ପରଂ ହେବା ସହ ବିଭିନ୍ନ ସ୍ଥାନରେ ଫଟହଲ୍ ହୋଇଥିବା ଦେଖିବାକୁ ମିଳିଛି। ସେଭଳି ରାସ୍ତା ପାର୍ଶ୍ବର ମାଟି ଧୋଇ ହୋଇଯାଇଛି। ପୂର୍ବରୁ ଯେଉଁ ମୋଡ଼ ନିକଟରେ ଦୁର୍ଘଟଣା ହୋଇ ଘାଟି ତଳକୁ ଟ୍ୟାଙ୍କର ଆଦି ଖସିଥିଲା ସେ ସ୍ଥାନରେ ଗାର୍ଡ ୱାଲର ମରାମତି ଜାତୀୟ ରାଜପଥ ପକ୍ଷରୁ ବି କରାଯାଉନି। ଫଳ ସ୍ବରୁପ ପ୍ରତ୍ୟେକ ଦିନ ଘାଟିରେ ଛୋଟ ବଡ ଦୁର୍ଘଟଣା ହେବା ନିୟମିତ ପାଲଟିଛି। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।