ସମ୍ବଲପୁର :ସମ୍ବଲପୁର ନିକଟବର୍ତ୍ତୀ ଯୁଯୁମୁରା ଥାନା ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି। ଗତକାଲି ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା ।
କୌଣସି ଅଘଟଣକୁ ଏଡାଇବାକୁ ଗତକାଲି ପୁଲିସ ଆଖପାଖ ଅଞ୍ଚଳକୁ ଖାଲି କରିଥିଲା । ସେଠାରେ ଥିବା ୧୦ଟି ପରିବାରକୁ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା । ସେହି ରୁଟ୍ ଦେଇ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ସ୍ୱତନ୍ତ୍ର ଟିମ୍ ଆସିବା ପରେ ଭାରତ ପେଟ୍ରୋଲିୟମ ଗ୍ୟାସ୍ ବୋଝେଇ ଟାଙ୍କିରୁ ଗ୍ୟାସ୍ ଉଦ୍ଧାର କାମ ଚାଲିଛି ।
/sambad/media/post_attachments/wp-content/uploads/2019/12/gas-tanker1.jpg)
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର୍ ପ୍ରାୟ ସାଢ଼େ ୪ଟା ସମୟରେ ଏକ ଏଲ୍ପିଜି ଗ୍ୟାସ୍ ଟ୍ୟାଙ୍କର୍ ଓ ଲୁହାପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।ଏଥିରେ ଉଭୟ ଗାଡ଼ିର କେବିନ୍ ସଂପୂର୍ଣ୍ଣ ଜଳି ଯିବା ସହ ଦୁଇଜଣଯାକ ଚାଳକ ଜିଅନ୍ତା ଜଳି ଯାଇଥିଲେ।
ମୃତ ଟ୍ୟାଙ୍କର୍ ଡ୍ରାଇଭର୍ ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ ରେଂଗାଲୋ ଗାଁର ଶ୍ୟାମ ସୁନ୍ଦର ପାଣି ବୋଲି ଜଣା ପଡ଼ିଛି। ସେହିପରି ମୃତ ଟ୍ରକ୍ ଡ୍ରାଇଭରଙ୍କ ନାମ ଦାନିସ୍ ଅଲୀ ଅନସାରି ଓ ସେ ଝାଡ଼ଖଣ୍ଡର ଲଟିହାଲର ଅଧିବାସୀ ବୋଲି ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/gas-tanker.jpg)