ସୁନାବେଡ଼ା ଅଭୟାରଣ୍ୟରେ ଚକୋଟିଆ ଭୂଞ୍ଜିଆଙ୍କ ମେଳି: ନବୀନ ସରକାରଙ୍କୁ ବିରୋଧ, ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବାସବାସ କରୁଥିବା ଦୁଇଟି ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଦୁଇଟି ପଞ୍ଚାୟତର ଶତାଧିକ ଲୋକ ଏକତ୍ର ହୋଇ ଏକ ମେଳି କରିବା ସହ ଓଡ଼ିଶାର ନବୀନ ସରକାରଙ୍କୁ ବିରୋଧ କରିବା ସହ ରାଜ୍ୟ ସରକାର ଆମକୁ କୌଣସି ମୌଳିକ ସୁବିଧା ନଦେଲେ ଓଡ଼ିଶା ଛାଡ଼ି ଛତିଶଗଡ଼ରେ ମିଶିବାକୁ ଚେତାବନୀ ଦେଇଛି।
ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ଅଭୟାରଣ୍ୟ ତଥା ମାଓବାଦୀଙ୍କ ଦୁର୍ଗ ସୁନାବେଡ଼ା ଓ ସୋସେଙ୍ଗ ଦୁଇଟି ପଞ୍ଚାୟତବାସୀମାନଙ୍କ ମଧ୍ୟରେ ପୁଣି ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଏହି ଦୁଇ ପଞ୍ଚାୟତଙ୍କୁ ମୌଳିକ ସୁବିଧା ଦେବାରେ ବାରମ୍ବାର ଅବହେଳା କରୁଛନ୍ତି। ଏହି ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ କରିବା ପାଇଁ ଧ୍ୟାନଦେଉ ନାହାନ୍ତି। ଆଜି ବି ଏହି ଦୁଇଟି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତର ୨୪ଟି ଗାଁ ଲୋକ ଏକତ୍ର ହୋଇ ସୁନାବେଡ଼ା ଠାରେ ଶୁକ୍ରବାର ଦିନ ଏକ ବିରାଟ ମେଳି କରିଥିଲେ। ଏହି ମେଳିରେ ଗ୍ରାମବାସୀ ଓଡ଼ିଶା ସରକାରଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ସରକାର ଆମପ୍ରତି କାହିକି ବୈମାତୃକ ମନୋଭାବ କରୁଛି। ଆମକୁ କୌଣସି ପ୍ରକାର ସୁବିଧା ନ ଦେଲେ ଏହି ଦୁଇଟି ପଞ୍ଚାୟତ ଛତିଶଗଡ଼ରେ ମିଶି ଆଗାମୀ ନିର୍ବାଚନରେ ଛତିଶଗଡ଼ରେ ଭୋଟ୍ ଦେବାକୁ ସୁନାବେଡ଼ା ଗ୍ରାମର ବିଜୟ ଝାକର, ସୁନାବେଡ଼ା ସରପଞ୍ଚ ତିଲସିଂ ଝାକର, ସମିତି ସଭ୍ୟ ଖେମିନ୍ ସରମତ, ୱାର୍ଡମେମ୍ବର ମନିରାମ ମାଝୀ, ଭୂଜବଳ ମାଝୀ, କଲିରାମ ସୁଆର, ରାମ ସିଂ ମାଝୀ, କମଲ ମାଝୀ, ଯାଦବ ଖମାରୀ, ଲକ୍ଷ୍ମଣ ସ୍ବାଇଁ, ଯୁବରାମ ଛତ୍ରିଆଙ୍କ ସମେତ ଦୁଇଟି ପଞ୍ଚାୟତର ୨୪ଟି ଗାଁର ଶତାଧିକ ଲୋକ ଏହି ମେଳିରେ ଯୋଗଦାନ କରିଥିଲେ।


ଓଡ଼ିଶା ସରକାର ଯଦି ଆମକୁ ମୌଳିକ ସୁବିଧା ଦେଇନପାରେ ତାହା ହେଲେ ଏହି ଦୁଇଟି ପଞ୍ଚାୟତର ୨୪ଟି ଗାଁ ଛତିଶଗଡ଼ରେ ମିଶିବାକୁ ମେଳିରେ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଭାରତ ସ୍ବାଧୀନ ହେବାର ଏତେ ବର୍ଷ ହୋଇ ଯାଇଥିଲେ ମଧ୍ୟ ଆଜି ଏହି ଦୁଇଟି ପଞ୍ଚାୟତ ଅସ୍ବାଧୀନତାରେ ଦିନ କାଟୁଛନ୍ତି। ରାଜ୍ୟ ସରକାର ସୁନାବେଡ଼ାରେ ବସବାସ କରୁଥିବା ଚକୋଟିଆ ଭୁଞ୍ଜିଆମାନଙ୍କ ଲାଗି ଚକୋଟିଆ ଭୁଞ୍ଜିଆ ଛନ୍ନୟନ ସଂସ୍ଥା (ସିବିଡିଏ) କରି କୋଟି କୋଟି ଟଙ୍କା ଦେଉଥିବା କହୁଥିବା ବେଳେ ଆଜି ବି ଏହି ପଞ୍ଚାୟତବାସୀ କୌଣସି ମୌଳିକ ସୁବିଧା ପାଇନାହନ୍ତି। ନିର୍ବାଚନ ସମୟରେ ନେତା ଓ ମନ୍ତ୍ରୀମାନେ ଭୋଟି ଗାଁରେ ପହଞ୍ଚି ପ୍ରତିଶ୍ରୁତି ଦେଇ ଭୋଟ ନିଅନ୍ତି। ହେଲେ ଜିତିଲା ପରେ ନେତାମାନେ ଆମକୁ ପଶୁପରି ଦେଖୁଛନ୍ତି। ସୁନାବେଡ଼ା ଅଭୟାରଣ୍ୟରେ ୭ଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମଞ୍ଜୁର ହୋଇଛି। ହେଲେ ସରକାର କାମ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମେଟାଲ ପକାଇ ଦେଇଛି। ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା କାମ ସଂପୂର୍ଣ୍ଣ ହୋଇ ନାହିଁ ବୋଲି ଅଞ୍ଚଳବାସୀ କହୁଛନ୍ତି।

ସମ୍ବନ୍ଧିତ ଖବର