ସମ୍ବଲପୁର: ଆସନ୍ତା ୧୧ ତାରିଖ ଜ୍ୟୋତିବିହାରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ଗଂଗାଧର ମେହେର ଜୟନ୍ତୀ ପାଳନ କରାଯିବ। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ର. ସଂଯୁକ୍ତା ଦାସଙ୍କ ସଭାପତିତ୍ବରେ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ର. ସଂଜୟ କୁମାର ଶତପଥୀ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେବେ।

Advertisment

ଏହି ଅବସରରେ ବିଗତ ୩ ବର୍ଷ ପାଇଁ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଓ ଡ. ନୀଳମାଧବ ପାଣିଗ୍ରାହୀ ବା‌ର୍ଷିକ ସମ୍ମାନ ପ୍ରଦାନ କରାଯିବ। ୨୦୧୯ ବର୍ଷ ପାଇଁ ବିଶିଷ୍ଟ କଥାକାର ଗୌରହରି ଦାସ ଭାରତ ଚନ୍ଦ୍ର ସ୍ମୃତି ସମ୍ମାନ ପାଇବେ। ସେହିପରି ୨୦୨୦ ବର୍ଷ ପାଇଁ କବି ଡ. ଶତ୍ରୁଘ୍ନ ପାଣ୍ଡବ ଏବଂ ୨୦୨୧ ବର୍ଷ ପାଇଁ କବି କବି ରାମକୃଷ୍ଣ ସାହୁ ଏହି ପୁରସ୍କାର ପାଇବେ।

publive-image

ଏହାଛଡ଼ା ୨୦୧୯ ପାଇଁ ଭିକାରି ଚରଣ ପ୍ରଧାନ, ୨୦୨୦ ପାଇଁ ଡ. ସୁବାସ ମେହେର ଏବଂ ୨୦୨୧ ବର୍ଷ ପାଇଁ ଡ. ଗୋବର୍ଦ୍ଧନ ସାହୁ ବାର୍ଷିକ ନୀଳମାଧବ ପାଣିଗ୍ରାହୀ ସମ୍ମାନ ପାଇବେ ବୋଲି କୁଳସଚିବ ଡ. ନୃପରାଜ ସାହୁ ସୂଚନା ଦେଇଛନ୍ତି। ଏହାଛଡ଼ା ଉକ୍ତ ଉତ୍ସବରେ ‘ସପ୍ତର୍ଷି’ର ନୂତନ ସଂଖ୍ୟା ଉନ୍ମୋଚିତ ହେବ।