ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ପୁଞ୍ଜିଲାଲଙ୍କ ଯଜ୍ଞ, ଆଜି ଫେରିବେ ଜେଲ୍‌

ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ତାଙ୍କ ମା ଇନ୍ଦୁମତୀ ମେହେରଙ୍କ ଆତ୍ମାର ସଦ୍‌ଗତି ପାଇଁ ସେ ଗାୟତ୍ରୀ ଯଜ୍ଞର ଆ‌ୟୋଜନ କରିଛନ୍ତି। ପାଟଣାଗଡ଼ ରାମପୁରସ୍ଥିତ ତାଙ୍କ ବାସଭବନରେ ସେ ଏହି ଯଜ୍ଞ ଆୟୋଜନ କରିଥିଲେ। ୨୮ ତାରିଖ ସକାଳେ ତାଙ୍କ ସର୍ତ୍ତମୂଳକ ଜାମିନ ଅବଧି ‌ଶେଷ ହେଉଥିବାରୁ ସେ ଜେଲ୍‌ ହାଜତକୁ ଫେରିବେ। ତେଣୁ ଏହା ପୂର୍ବରୁ ସେ ସମସ୍ତ ରୀତିନୀତି ସଂପନ୍ନ କରିଥିବା ସୂଚନା ମିଳିଛି। ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ତାଙ୍କ ମା ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା। ସୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରି ପୁଞ୍ଜିଲାଲ ୪ଦିନିଆ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଏହି ଅବସରରେ ଶୁଦ୍ଧିକ୍ରିୟା ସହ ମା ଇନ୍ଦୁମତୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଗାୟତ୍ରୀ ଯଜ୍ଞ କରିଥିଲେ। ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଗତିବିଧିକୁ ନଜର ରଖିବା ପାଇଁ ସାଦା ପୋଷାକଧାରୀ ପୁଲିସ ୨୪ ଘଣ୍ଟା ମୁତୟନ ରହିଛନ୍ତି। ସର୍ତ୍ତମୂଳକ ଜାମିନ ଅବଧି ୨୮ ତାରିଖ ସକାଳେ ସରିବାକୁ ଥିବାରୁ ସକାଳେ ପୁଞ୍ଜିଲାଲ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେବ ବୋଲି ଜଣାପଡ଼ିଛି। ସେଠାରୁ ତାଙ୍କୁ ପୁଣି ଜିଲ୍ଲା କାରାଗରକୁ ‌ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର