ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଛି ଡିଜିସିଏ । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ । ବୈଜୟନ୍ତଙ୍କ ବିରୋଧରେ ଚିଲିକା ଉପରେ ଅତି କମ୍ ଉଚ୍ଚତାରେ ହେଲିକପ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ତଦନ୍ତ କରିବାକୁ ଭୁବନେଶ୍ୱର ବିମାନ କର୍ତୃପକ୍ଷ ଡିଜିସିଏକୁ ଅନୁରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକପ୍ଟର -ଆର୍-୪୪ ଉଡାଣର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଥିଲା । ଚିଲିକା ଉପରେ ଅତି ବିପଦଜନକ ଭାବେ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡାଇଥିବା ନେଇ ଓଡ଼ିଶା ପୋଲିସ ମଧ୍ୟ ଅଭିଯୋଗ କରିଥିଲା । ଏପରିକି ଅଭିଯୋଗ ଆଧାରରେ ବୈଜୟନ୍ତଙ୍କର ହେଲିକପ୍ଟର ହ୍ୟାଙ୍ଗରକୁ ସିଜ୍ କରିଥିଲା ପୋଲିସ । ତେବେ ଏହାର ତଦନ୍ତ କରି ଡିଜିସିଏ ଦର୍ଶାଇଛନ୍ତି ଯେ ଉଡାଣରେ କିଛି ଆଇନ ଉଲଂଘନ ହୋଇନାହିଁ । ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣରେ କୌଣସି ତ୍ରୁଟି ଦେଖିବାକୁ ମିଳିନାହିଁ । ଡିଜିସିଏ ରିପୋର୍ଟ ପରେ ଟ୍ୱିଟ୍ କରି ସତ୍ୟର ଜୟ ହେଉ ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ।