ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ବାତ୍ୟା ଫନି ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡିଶାକୁ ପୁଣିଥରେ ଗଢିତୋଳିବା ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଆମେରିକାରେ ରହୁଥିବା ଗୀତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ନେଇ ସୂଚନା ମିଳିଛି । ପେଶାରେ ଲେଖିକା ଥିବା ଗୀତା ଏବେ ପରିବାର ସହ ଆମେରିକାରେ ରହୁଛନ୍ତି ।

Siliguri Barta

ବାତ୍ୟା ଫନି ପରେ ଓଡିଶାକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ପରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଗୀତା । ସାଧାରଣ ନିର୍ବାଚନ ପୂର୍ବରୁ ଗୀତା ଓଡିଶା ଆସିଥିଲେ । କେବଳ ଗୀତା ନୁହେଁ ଏହା ପୂର୍ବରୁ ଓଡିଶାକୁ ଅନେକ ଷ୍ଟାର ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି । ଦେଶ ଓ ବିଦେଶରୁ ହଜାର ହଜାର ଲୋକ ରାଜ୍ୟ ସରକାର ଖୋଲିଥିବା େଓ୍ଵବସାଇଟରେ ସହାୟତା ରାଶି ପଠାଉଛନ୍ତି । ଏହାପୂର୍ବରୁ ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନାକରି ଚର୍ଚ୍ଚାକୁ ଆସିଥିଲେ ଗୀତା ମେହେଟ୍ଟା ।

ସମ୍ବନ୍ଧିତ ଖବର