କଟକ: ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ସ୍ବର୍ଗୀୟ ଭୈରବ ଚନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ଗୀତାଞ୍ଜଳି ମହାନ୍ତିଙ୍କର ୮୬ବର୍ଷ ବୟସରେ ଆଜି କଟକ କିଲ୍ଲା ଗଡ଼ଖାଇ ସ୍ଥିତ ବାସଭବନରେ ଦିବା ସାଢେ ୧ଟା ସମୟରେ ଦେହାନ୍ତ ହୋଇଯାଇଛି ।
ସ୍ବର୍ଗତ ହରେକୃଷ୍ଣ ମହତାବଙ୍କର ଏକାନ୍ତ ସହଯୋଗୀ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସୁଶୀଲ ଚନ୍ଦ୍ର ଘୋଷଙ୍କର କନ୍ୟା ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ବିବାହ କଲା ପରେ ଶ୍ରୀ ମହାନ୍ତିଙ୍କୁ ବାରବାଟୀ ଷ୍ଟାଡିୟମ ନିର୍ମାଣ କରିବାକୁ ପ୍ରେରଣା ଯୋଗାଇବା ସହ ନିଜର ସମସ୍ତ ଗହଣା ଦାନ କରିଦେଇଥିଲେ। ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ଧର୍ମପରାୟଣ ମହିଳା ଭାବେ ତାଙ୍କର ଥିଲା ସୁଖ୍ୟାତି। ତାଙ୍କ ନିଜର ଅନେକ ସମ୍ପତ୍ତି ଦୁଖୀ ଦରିଦ୍ରଙ୍କର ସେବା ଓ ଶିକ୍ଷାନୁଷ୍ଠାନ, ଅନ୍ଧ ମୂକ ବଧିର ଆବାସିକ ବିଦ୍ୟାଳୟ ପାଇଁ ଦାନ କରିଦେଇଛନ୍ତି। ତାଙ୍କର ବିୟୋଗର ଖବର ଆଜି ସହରରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ଦିନରୁ ସେ ବୃକକ ଓ ମଧୁମେହ ରୋଗରେ ପୀଡ଼ିତା ଥିଲେ। ଆଜି ଅପରାହ୍ନ ୫ ଘଟିକାରେ କଟକସ୍ଥିତ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀରରେ ମାଲ୍ୟାର୍ପଣ କରି ଶେଷ ଦର୍ଶନ କରିଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେରେ ଜ୍ୟେଷ୍ଠ ପୁତ୍ର ପ୍ରଫେସର ଖାରବେଳ ମହାନ୍ତି , ଇଞ୍ଜିନିଅର ସବ୍ୟସାଚୀ ମହାନ୍ତି , ଦେବାଶିଷ ମହାନ୍ତି , ତିନି ନାତି ଓ ପାଞ୍ଚ ଜଣ ନାତୁଣୀ ଓ ନାତୁଣୀ ଜ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ସାଧାରଣ ସମ୍ପାଦକ ମହମ୍ମଦ ସକିଲ ଏକ ଲିଖିତ ବିବୃତିରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ଗୀତାଞ୍ଜଳି ମହାନ୍ତିଙ୍କ ଦେହାନ୍ତ
/sambad/media/post_attachments/wp-content/uploads/2021/05/b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)