ବଲାଙ୍ଗୀର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର୍ ସଂଯୋଜକ ପୁଷ୍ପାଙ୍ଗିନୀ ଯୋଷୀ। ବିନିଯୋଗ ପ୍ରମାଣପତ୍ର ଆଡ୍ଜେଷ୍ଟମେଣ୍ଟ୍ ଓ କ୍ଲିଅରାନ୍ସ ପ୍ରମାଣପତ୍ର ପ୍ରଦାନ ପାଇଁ ସୋଲବନ୍ଧ ସ୍କୁଲର ପ୍ରଧାନଶିକ୍ଷକ ତଥା ପୂର୍ବ ହଷ୍ଟେଲ୍ ଇନ୍ଚାର୍ଜ ମିତ୍ରଭାନୁ ମାଝୀଙ୍କୁ ଶ୍ରୀମତୀ ଯୋଷୀ ୩୧ ହଜାର ଟଙ୍କା ଦାବି କରିଥିଲେ।
ଏ ସଂପର୍କରେ ଶ୍ରୀ ମାଝୀଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟରେ କେସ୍ ନମ୍ବର ୨୧ ରୁଜୁ ହୋଇଥିଲା। ପୂର୍ବ ପ୍ରସ୍ତୁତି ସହିତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶୁକ୍ରବାର ଶ୍ରୀମତୀ ଯୋଷୀଙ୍କୁ ଗିରଫ କରି ତାଙ୍କଠାରୁ ୩୧ ହଜାର ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଶ୍ରୀମତୀ ଯୋଷୀଙ୍କ ଅଫିସ, ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।