ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ : ସରକାରଙ୍କ ନିଷ୍ପତ୍ତିକୁ ବେଖାତିର, ଅସନ୍ତୋଷ ଜଣାଇଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ବର : ନିର୍ଦ୍ଦେଶାଳୟ ଓ ପ୍ରଶାସନିକ ବିଭାଗ ମିଶ୍ରଣ ସଂକ୍ରାନ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ନେଇ ପ୍ରଶାସନିକ ବିଭାଗମାନେ ଆଗ୍ରହ ଦେଖାଉନାହାନ୍ତି। ଏହାକୁ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ଅ‌ସନ୍ତୋଷ ବ୍ୟକ୍ତ କରିଛି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ଅନୁସଚିବ ସବୁ ବିଭାଗକୁ ଚିଠି ଲେଖି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଖସଡ଼ା ପଠାଇବାକୁ ପୁଣି ଥରେ ତାଗିଦ୍ କରିଛନ୍ତି। ଏକଥା ବି ଜଣାଇଛନ୍ତି େଯ ଏହି ପ୍ରସ୍ତାବ ମିଳିବାପରେ ତାହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁଧ୍ୟାନ ପାଇଁ ପଠାଯିବ। ପ୍ରକାଶ ଥାଉ କି, ଗତ ୨୨ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ବିଭାଗୀୟ ମିଶ୍ରଣ ନେଇ ସମୟ ସୀମା ଧାର୍ଯ୍ୟ କରି ସେପ୍ଟେମ୍ବର ୧୫ ସୁଦ୍ଧା ସବୁ ବିଭାଗର ନିର୍ଦ୍ଦେଶାଳୟ ସହିତ ମିଶ୍ରଣ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକ୍ରିୟା ଅେକ୍ଟାବର ୩୧ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ମୁଖ୍ୟସଚିବ ସମୟ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର