ପୁରୀ: ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ରାତି ୮ଟାରେ ଶେଷ ହେବ। ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ନୀତି ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୮ଟା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଥରେ ସ୍ୱାଭାବିକ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ରଥଯାତ୍ରା ପରେ ଶ୍ରୀଜିଉ ମାନଙ୍କ ପ୍ରଥମ ଥର ବନକଲାଗି ନୀତି ଅନୁଷ୍ଠିତ ହେବ।
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ଣ ୪ଟାରୁ ୪ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ
/sambad/media/post_attachments/wp-content/uploads/2019/06/jaga-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)