ପୁରୀ : ସର୍ବଭାରତୀୟ ଜେନେରାଲ୍ ଇନ୍ସୁରାନ୍ସ ଏଜେଣ୍ଟ୍ ସଂଘ (ଭୁବନେଶ୍ୱର ଜୋନାଲ୍ ସମିତି) ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଶ୍ରୀକ୍ଷେତ୍ର ପୁରୀର ସିଦ୍ଧ ମହାବୀର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍ସୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ ଓ ନ୍ୟାସ୍ନାଲ୍ ଇନ୍ସୁରାନ୍ସ କଂପାନିକୁ ନେଇ ଗଠିତ ଭୁବନେଶ୍ୱର ଜୋନାଲ ସମିତିର ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ପୁରୀର ସମସ୍ତ ଏଜେଣ୍ଟ୍ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଇନ୍ସୁରାନ୍ସ କାର୍ଯ୍ୟକର୍ତାମାନଙ୍କ ନାର୍ଯ୍ୟ ଦାବି ଉପସ୍ଥାପନ କରାଯାଇଥିଲା ବେଳେ ତା’ର ସମାଧାନ, ଗ୍ରାହକ ସେବା ଓ ସଂଘରେ ସଭ୍ୟ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସାଂଗଠନିକ କାର୍ଯ୍ୟ ତ୍ୱରାନ୍ଵିତ ଉପରେ ଆଲୋଚନା ହୋଇଥିଲା। ସଂଘର ଭବିଷ୍ୟତ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସଂଘର ସଭାପତି ଶିଶିରକାନ୍ତ ଷଡ଼ଙ୍ଗୀ, ସାଧାରଣ ସଂପାଦକ ଭଗବାନ ମୁଦୁଲି, ସାଂଗଠନିକ ସଂପାଦକ କୃତ୍ତିବାସ ମିଶ୍ର ଓ ପ୍ରକାଶ କୁମାର ମହାପାତ୍ରଙ୍କ ସମେତ ପ୍ରାୟ ୩୦ରୁ ଅଧିକ ସଦସ୍ୟ ଓ ଏଜେଣ୍ଟ୍ ଉପସ୍ଥିତ ଥିଲେ।