ଖୋର୍ଦ୍ଧା: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ବୁଧବାର ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି, ପର୍ଯ୍ୟଟନ ଓ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସାଧାରଣଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍‌ଣରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୭୦ଜଣ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟରୁ ୩୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରୀମାନେ ହେଲେ- ବିଦ୍ୟାଳୟସ୍ତରରେ, ବୋଲଗଡ଼ ଆଦର୍ଶ ବିଦ୍ୟାଳୟର ସୂର୍ଯ୍ୟକା୍ନ୍ତ ଦାସ, ଭୁବନେଶ୍ବର ପୌରପରିଷଦ ଉଚ୍ଚ ବିଦ୍ୟାଳୟର ଏସ୍‌ ସିମରାନ୍‌, ବୋଲଗଡ଼ ଓଏଭିର ସୁଦେଷ୍ଣା ସାହୁ। ମହାବିଦ୍ୟାଳୟସ୍ତରରେ, ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ସୋନାଲି ସ୍ବର୍ଣ୍ଣଲତା ମହାପାତ୍ର, ବେଗୁନିଆ ମହାବିଦ୍ୟାଳୟର ବିକାଶ ଚନ୍ଦ୍ର ନାୟକ ଓ ପ୍ରାଣନାଥ ମହାବିଦ୍ୟାଳୟର ଧର୍ମେନ୍ଦ୍ର ଦଳେଇ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ପ୍ରକୋଷ୍ଠରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରା ଓ ବିଭାଗର ଅନ୍ୟକର୍ମଚାରୀମାନେ ପରିଚାଳନା କରିଥିଲେ।