ଫନି ପରେ ୧୦୦୦ ଲିଟର ପାଣି ଉଠାଇବାକୁ ଜେନେରେଟର ଭଡା ଦେବାକୁ ପଡୁଛି ୨୦୦୦ ଟଙ୍କା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପରେ ରାଜଧାନୀ ଭୁବନେଶ୍ୱରରେ ଜେନେରେଟରର ଡିମାଣ୍ଡ ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଜେନେରେଟରର ମାଲିକ ମାନେ ଏଥିରୁ ଲାଭ ଉଠାଉ ଥିବା ଦେଖାଯାଉଛି। ୧୦୦୦ ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ପୂର୍ଣ୍ଣ କରିବାକୁ ୨୦୦୦ ଟଙ୍କା ନେଉଛନ୍ତି।

ଲୋକମାନେ ଜେନେରେଟର ଭଡାରେ ପାଇବା ପାଇଁ ବ୍ୟସ୍ତ ହୋଇ ପଡୁଛନ୍ତି। ବହୁ ସମୟ ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡୁଛି। ନୂଆ ଜେନେରେଟର କିଣିବାକୁ ମଧ୍ୟ ସୋ’ ରୁମ୍‌ରେ ଗ୍ରାହକଙ୍କ ଭାରି ଭିଡ଼ ପରିଲକ୍ଷିତ ହେଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଜେନେରେଟରର ବଡ଼ ଡିମାଣ୍ଡ ଚାଲିଛି।

ଦୁଇ ଦିନ ତଳେ ଉପକୂଳବର୍ତ୍ତୀ ଓଡ଼ିଶା ସମେତ ଭୁବନେଶ୍ୱରକୁ ଫନି ସଂପୂର୍ଣ୍ଣ ରୂପେ ବର୍ବାଦ କରି ଦେଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାର ୩ ଦିନ ବିତି ଯାଇଥିବାରୁ ଲୋକେ ଟାଙ୍କିକୁ ପାଣି ଉଠାଇ ପାରୁ ନାହାନ୍ତି। ତେଣୁ ଜେନେରେଟର ମାଲିକଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର