ବରଗଡ଼: ସର୍ବଭାରତୀୟ ହେୟାର ଆଣ୍ଡ ବିୟୁଟି ଆସେସିଏସନ୍ (ଆଇବା) ପକ୍ଷରୁ ବରଗଡ଼ର ଇମ୍ପେରିଆଲ୍ କଲେଜଠାରେ ଚାଲିଥିବା ଦୁଇଦିନିଆ ‘ଗୁରୁବେ ନମଃ’ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ରବିବାର ଲାଇଭ୍ ଷ୍ଟ୍ରିମିଂରେ ଦେଶର ବିଭିନ୍ନ ସ୍ଥାନରୁ ୧୫୦୦ ନାମୀ ମେକ୍ଅପ୍ ଆର୍ଟିଷ୍ଟ ଏକକାଳୀନ ମେକ୍ଅପ୍ କରି ବିଶ୍ବରେକର୍ଡ କରିଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସଂସ୍ଥା ପକ୍ଷରୁ ଏହାକୁ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି ବୋଲି ଆଇବା ପକ୍ଷରୁ କୁହାଯାଇଛି।
ଆଇବାର ସର୍ବଭାରତୀୟ ଉପସଭାନେତ୍ରୀ ମିନତି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ସୌନ୍ଦର୍ଯ୍ୟ ପ୍ରସାଧିକାଙ୍କୁ ସମ୍ମାନିତ କରାଯାଇଛି। ଏଥିସହ ବିଭିନ୍ନ ଅଂଚଳରୁ ଆସିଥିବା ସୌନ୍ଦର୍ଯ୍ୟ ପ୍ରସାଧିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ସେଲୁନ୍ ପ୍ରବନ୍ଧନ ଉପରେ ତାଲିମ ଦିଆଯାଇଥିଲା। ସୌନ୍ଦର୍ଯ୍ୟ ପ୍ରସାଧାନକୁ ଏକ ବୃତ୍ତି ଭାବେ ନେବା ପାଇଁ ଯେଉଁ ଜ୍ଞାନକୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି, ଏହା ଉପରେ ସାରା ରାଜ୍ୟରେ ସଚେତନତା ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ବିଭିନ୍ନ ଅଂଚଳରୁ ଆସିଥିବା ମଡେଲମାନେ ରାମ୍ପ୍ ସୋ’ରେ ବି ଭାଗ ନେଇଥିଲେ।
ଆଇବାର ଓଡ଼ିଶା ଶାଖା ଓ ବିୟୁଟି କାଉନ୍ସିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସ୍ନେହଲତା ତ୍ରିପାଠୀ, ବୁର୍ଲାର ସୁଚିସ୍ମିତା ଷଡ଼ଂଗୀ, ବଲାଂଗୀରର ବନୀତା ଜାଲ୍, ସନ୍ତୋଷୀ ମେହେର ଓ ଇତିମୟୀ ଘିବେଲା, ବରଗଡ଼ର ସମରଜିତ କୌର, ଭୁବନେଶ୍ବରର ବୈଶାଳୀ ମହାପାତ୍ର, ବ୍ରହ୍ମପୁରର ସଂଯୁକ୍ତା ସାହୁ, ସମ୍ବଲପୁରର ନୀଲମ ଆନନ୍ଦ ଓ ରଂଜନା, ବେଲପଡ଼ାର ନମ୍ରତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଦେଶର ପ୍ରସିଦ୍ଧ ମେକ୍ଅପ୍ ପ୍ରଶିକ୍ଷକ କଲିକତାର ସୁବର୍ଣ୍ଣା ଚାଟାର୍ଜୀ ଏବଂ ସମୀର ଦେବନାଥ, ସୁଶ୍ରୀ ଗୋସ୍ବାମୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dgadg56a4dg56a4dg56dggdgdgddg.jpg)