ଓଡ଼ିଶା ଉପକୂଳର ସୁରକ୍ଷା କରିବ ଜିଓ-ଟେକ୍ସଟାଇଲ୍  ଟ୍ୟୁବ

ଭୁବନେଶ୍ୱର: ଉପକୂଳ ଗ୍ରାମ ଗୁଡ଼ିକୁ ସମୁଦ୍ର ଦାଉରୁ ସୁରକ୍ଷା ଦେବ  ଜିଓ-ଟେକ୍ସଟାଇଲ୍  ଟ୍ୟୁବ । ଓଡ଼ିଶାରେ ଏନେଇ ହୋଇଥିବା ଏକ ପ୍ରକଳ୍ପ ସଫଳ ହୋଇପାରିଛି । ଗରୱାରେ ଟେକ୍ନିକାଲ ଫାଇବର ଲିଃ. ପକ୍ଷରୁ ଏହାର ପେଣ୍ଠା ପ୍ରକଳ୍ପର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି । ଓଡ଼ିଶାରେ  ଏହି ପ୍ରକଳ୍ପ ୨୦୧୩ରୁ୨୦୧୬ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ସମ୍ପନ୍ନ ହୋଇ ପାରିଛି । ପେନ୍ଥା ପ୍ରକଳ୍ପ ଉପକୂଳ ସୁରକ୍ଷା କ୍ଷେତ୍ରରେ ୩ସ୍ତରୀୟ ଜିଓ-ଟେକ୍ସଟାଇଲ ଉପଯୋଗ କରି ବେଶ୍ ସଫଳ ହୋଇପାରିଛି । ଫାଇଲିନ୍, ହୁଡ୍ ହୁଡ୍ ଏବଂ ଫନି ବାତ୍ୟା ସମୟରେ ଜିଓ-ଟେକ୍ସଟାଇଲର ବ୍ୟବହାର ଦ୍ୱାରା ଉପକୂଳ ଅଂଚଳର ସୁରକ୍ଷାକୁ ନିଶ୍ଚିତ କରାଯାଇପାରିଛି । ଏହା ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖି ପାରିଥାଏ । ୨୦୧୯ ଫନି ବାତ୍ୟା ସମୟରେ ପେନ୍ଥା ଗାଁ ତଥା ନିକଟବର୍ତ୍ତି ଗାଁ ଗୁଡ଼ିକ ଜିଓ ସିନ୍ଥେଟିକ୍ ଟୁବର ଉପଯୋଗ ଯୋଗୁ କ୍ଷୟକ୍ଷତିକୁ କମ କରାଯାଇପାରିଥିଲା ।

ଏ ସମ୍ପର୍କରେ ଗରୱାରେ ଟେକ୍ନିକାଲ ଫାଇବର ଲିମିଟେଡର ଜିଓ ସିନ୍ଥେଟିକ୍ ଡିଭିଜନର ସଭାପତି ତିରୁ କୁଲକର୍ଣ୍ଣୀ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା ଉପକୂଳବର୍ତୀ ଗାଁ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ରଦ୍ଧିମନ୍ତ ହୋଇପାରିଥାଏ । ଫଳରେ ଗାଁର ବାସିନ୍ଦାମାନେ ଉପକୃତ ହୋଇପାରିଛନ୍ତି । ପେଣ୍ଠ  ଅଂଚଳବାସୀଙ୍କ ମୁଖ୍ୟ ଜୀବନ ଜୀବୀକା ମୁଖ୍ୟତଃ ଚାଷ ଉପରେ ପର୍ଯ୍ୟବେସିତ । ଏପରିସ୍ଥଳେ ଜିଓ ସିନ୍ଥେଟିକ୍ ଟ୍ୟୁବର ଉପଯୋଗ ଦ୍ୱାରା ୬୦୦୦ ହେକ୍ଟର ଜମିରେ ଲୁଣାପାଣି ମାଡ଼ିବାକୁ ପ୍ରତିରୋଧ କରାଯାଇ ପାରିଛି । ପେଣ୍ଠା ପ୍ରକଳ୍ପ ସମୁଦ୍ରରେ ବନ୍ଧ କାର୍ଯ୍ୟ ସମ୍ପନ୍ନ କରିଥାଏ । ଏହା ଓଡ଼ିଶାର ଜଳ ସମ୍ପଦ ବିଭାଗ ଦ୍ୱାରା ଆରମ୍ଭ ହୋଇଛି । ଏହାର ଡିଜାଇନିଂ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ମାଡ୍ରାସ୍ ଆଇଆଇଟି ଦ୍ୱାରା କରାଯାଉଛି । ପେଣ୍ଠା କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ଥିବା ଏକ ଛୋଟ ବସ୍ତି । ଏଠାକାର ବାସିନ୍ଦାଙ୍କ ସୁରକ୍ଷା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହା ୪୫୫ ମିଟର କ୍ଷେତ୍ରକୁ ସୁରକ୍ଷିତ କରିଥାଏ ।

ସମ୍ବନ୍ଧିତ ଖବର