ବ୍ରହ୍ମଚାରୀପାଟଣାଠାରେ ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ଘାଇ ମରାମତି

ଦଶରଥପୁର : ଦଶରଥପୁର ବ୍ଲକ କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣାଠାରେ ହୋଇଥିବା ଘାଇଟିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଯୁଦ୍ଧକାଳୀନଭିତ୍ତିରେ ମରାମତି ଚାଲିଛି। ଘାଇ ହୋଇଥିବା ସ୍ଥାନକୁ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ଏସଇ ଶରତ ଚନ୍ଦ୍ର ଘଡ଼ାଇ ଯାଇ କାର୍ଯ୍ୟକୁ ତଦାରଖ କରିଥିଲେ। କାଣୀନଦୀର ଉତ୍ପତ୍ତି ହୋଇଥିବା ପୋଲର ଗାର୍ଡ ୱାଲ ଧସିଯାଇଥିବା ସ୍ଥାନକୁ ଆର୍‌ଡି ନିର୍ବାହୀ ଯନ୍ତ୍ରୀ ଜ୍ଞାନରଂଜନ ନାୟକ, ସହକାରୀଯନ୍ତ୍ରୀ ଅବିନାଶ ବାରିକ, କନିଷ୍ଠଯନ୍ତ୍ରୀ ବିନୋଦ କୁମାର ଶିଅଳ ଯାଇ ପୋଲର ସ୍ଥାୟିତ୍ୱ ନେଇ ଆଲୋଚନା କରିଥିଲେ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଘାଇ ମରାମତି ସ୍ଥାନ ଏବଂ କସପା, ମଲ୍ଲିକାପୁର, କଣ୍ଟପଡ଼ା, ମହାନ୍ତିପାଟଣା, ଶୁଶୁଆ ଆଦି ସ୍ଥାନ  ବନ୍ୟା ଅଂଚଳ ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଜିଲ୍ଲା ସଭାପତି ସରୋଜ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ଜିଲ୍ଲାପରିଷଦ ପାର୍ଥସାରଥି ମହାପାତ୍ର, ମାମିନା ମଲ୍ଲିକ, ରାଜେଶ ମହାପାତ୍ର, ସରପଞ୍ଚ ପ୍ରଭାତ ନାୟକ, ମନୋଜ ରାଉତ, ରମାକାନ୍ତ ସାମଲ, ରାଧାକୃଷ୍ଣ ଜେନା, ବୃନ୍ଦାବନ ସାମଲ, ମଧୁସୂଦନ ଦାସ, ଅଜିତ ସାମଲ, ପ୍ରଭାତ ମହାନ୍ତି, ବେଦପ୍ରକାଶ ଜେନା, ପ୍ରୟବ୍ରତ ମହାନ୍ତି, ଅଜିତ ପାତ୍ର, ସ୍ୱପ୍ନେନ୍ଦୁ ଦାସ ପ୍ରମୁଖ ବନ୍ୟା ଅଞ୍ଚଳ ବୁଲି ସମସ୍ୟା ସମ୍ପର୍କରେ ବିପନ୍ନମାନଙ୍କୁ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର