ପୁଣି ଖୋଲିଲା ଘଙ୍ଗାପାଟଣା ଜମି କେଳେଙ୍କାରୀ ପେଡ଼ି

ତନାଘନା ଆରମ୍ଭ କଲେ ଲୋକାୟୁକ୍ତ
କ୍ରାଇମବ୍ରାଞ୍ଚ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ
ବିବାଦୀୟ ୧୮ ଏକରରୁ ଫେରିଲାଣି ୧୬ ଏକର
ପ୍ରଣବ ଓ ନିଭ୍ରିତି ଏବେ ବି ବିପଦମୁକ୍ତ ନୁହନ୍ତି

ଭୁବନେଶ୍ବର : ପୂର୍ବତନ ବରିଷ୍ଠ ପ୍ରଶାସକ ତାରା ଦତ୍ତଙ୍କ ପୁସ୍ତକରେ ଭୁବନେଶ୍ବର ଉପକଣ୍ଠ ଜମି ଦୁର୍ନୀତି ଓ ଇଚ୍ଛାଧୀନ କୋଟା କେଳେଙ୍କାରୀ ପ୍ରସଙ୍ଗ ସ୍ଥାନ ପାଇଛି। ଉନ୍ମୋଚନ ହେବା ପୂର୍ବରୁ ଏହି ପୁସ୍ତକର ତଥ୍ୟକୁ ନେଇ ରାଜ୍ୟ ପ୍ରଶାସନରେ ହଇଚଇ ସୃଷ୍ଟି ହେଲାଣି। ପ୍ରଶାସନିକ ଅଧିକାରୀ ଭୟରେ କମ୍ପିଲେଣି। ଠିକ୍ ଏମିତି ଏକ ସମୟରେ ଘଙ୍ଗାପାଟଣା ଜମି ଦୁର୍ନୀତି କେଳେଙ୍କାରୀ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କ୍ରାଇମବ୍ରାଞ୍ଚ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିବା ଗୁପ୍ତ ରିପୋର୍ଟରେ ଏମିତି କିଛି ତଥ୍ୟ ସ୍ଥାନ ପାଇଛି, ଯାହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ତାରା ଦତ୍ତ ତାଙ୍କ ବହିରେ ଯେଉଁ ସଙ୍କେତ ଦେଇଛନ୍ତି, ତାହା ମିଛ ହୋଇନପାରେ।

ଦୀର୍ଘ ୫ବର୍ଷ ପରେ ବି ରାଜ୍ୟ କ୍ରାଇମବ୍ରାଞ୍ଚ ବହୁ ଚର୍ଚ୍ଚିତ ଏହି ମାମଲାର ତଦନ୍ତ ସାରିପାରିନାହିଁ। ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ ହୋଇନାହିଁ। ଏଯାଏ ତଦନ୍ତ ସବୁ ଦୋଷୀଙ୍କ ପାଖରେ ପହଞ୍ଚି ପାରିନାହିଁ। କୌତୂହଳର କଥା ହେଲା, ଧର୍ମଶାଳା ବିଧାୟକ ତଥା ଗୋକର୍ଣ୍ଣେଶ୍ବର ଟ୍ରଷ୍ଟର ଟ୍ରଷ୍ଟି ପ୍ରଣବ କୁମାର ବଳବନ୍ତରାୟ କିମ୍ବା ପୂର୍ବତନ ବିଧାୟକ କନକ ବର୍ଧନ ସିଂହଦେଓଙ୍କ ଝିଅ ତଥା େମସର୍ସ ନିଭ୍ରିତି ଏକ୍ସପୋର୍ଟସ ପ୍ରାଇଭେଟ୍ ଲିମିଟେଡର ନିର୍ଦେଶକ ନିଭ୍ରିତି କୁମାର ସିଂହଦେଓ ନେଇଥିବା ଜମିକୁ ଇତିମଧ୍ୟରେ ବାଜ୍ୟାପ୍ତ କରିଦିଆଯାଇଛି। ତଦନ୍ତ ପରିସରରେ ଥିବା ବିବାଦୀୟ ୧୮ଏକର ଲିଜ୍ ଜମିରୁ ୧୬ ଏକର ଜମି ସରକାରୀ ଖାତା ସରକାରୀ ରେକର୍ଡକୁ ଯାଇଛି। ଯେଉଁଥିରେ ଏମାନେ ହାତେଇଥିବା ସଂପତ୍ତି ବି ରହିଛି। ଜମି କିଣାବିକାକୁ ସମ୍ପୂର୍ଣ୍ଣ ବେଆଇନ ବୋଲି କୁହାଯାଇଛି। ହେଲେ ଉଭୟ ପ୍ରଣବ କିମ୍ବା ନିଭ୍ରିତିଙ୍କୁ କେଉଁଠି ବି ଦୋଷୀ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇନାହିଁ। ବରଂ କୁହାଯାଇଛି, ଗୋକର୍ଣ୍ଣେଶ୍ବର ଟ୍ରଷ୍ଟ କିମ୍ବା ଏହାର ଟ୍ରଷ୍ଟି ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରାଯାଇ ପାରିନାହିଁ। ତଦନ୍ତ ଜାରି ରହିଛି ଓ ସରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ନିଭ୍ରିତିଙ୍କ କ୍ଷେତ୍ରରେ ବି ଅନୁରୂପ ତଥ୍ୟ ରଖିଛି କ୍ରାଇମବ୍ରାଞ୍ଚ।

ଉଲ୍ଲେଖଯୋଗ୍ୟ ଯେ ତିନିଶହ କୋଟି ଟଙ୍କାର ଘଙ୍ଗାପାଟଣା ଜମି ଦୁର୍ନୀତି ନେଇ ‘ସମ୍ବାଦ’ ପ୍ରଥମେ ରିପୋର୍ଟ ଲେଖିଥିଲା। ପରେ ଏହି କେଳେଙ୍କାରୀ ଏମିତି ରୂପ ନେଲା ଯେ ତା ସହିତ ଇଚ୍ଛାଧୀନ େକାଟା ପ୍ରସଙ୍ଗ ବି ଟାଣିହୋଇ ଆସିଲା। ରାଜ୍ୟ ସରକାର ଘଙ୍ଗାପାଟଣା ଜମି କେଳେଙ୍କାରୀର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ସେ ସମୟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ରେକର୍ଡ କିପର ପ୍ରମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସେମାନେ ହେଲେ ଓଡ଼ିଶା ପ୍ରଶାସନିକ ସେବା ଓ ଓଡ଼ିଶା ରାଜସ୍ବ ସେବାର ତତ୍କାଳୀନ ତଥା ପୂର୍ବତନ ଅଧିକାରୀ ତଥା ଅତିରିକ୍ତ ତହସିଲଦାର କୁଳମଣି ନାଏକ, ଅର୍ଜୁନ ଚରଣ ବରାଳ, ଦେବାଶିଷ ମହାନ୍ତି, ପଦ୍ମଚରଣ ମୁଦୁଲି। ଅତିରିକ୍ତ ତହସିଲଦାର ଅଜିତ କୁମାର ପ୍ରଧାନଙ୍କୁ ହାଇକୋର୍ଟ ଆଗୁଆ ଜାମିନ ଦେଇଥିଲେ। ସେହିଭଳି ରେକର୍ଡ କିପର ଅମୃତ କୁମାର ଜେନା ଗିରଫ ହୋଇଥିଲେ। ପୂର୍ବତନ ରାଜସ୍ବ ନିରୀକ୍ଷକ ପଦ୍ମଚରଣ ମିଶ୍ର କୋର୍ଟରେ ସରେଣ୍ଡର କରିଥିଲେ। ଏମାନଙ୍କ ବ୍ୟତୀତ ଜମି କିଣାବିକା ମାମଲାରେ ଅନ୍ୟ ୧୬ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। େହଲେ ଏହି ଘଟଣାରେ ଯେଉଁ ଦୁଇଜଣଙ୍କ କଥା ରାଜ୍ୟ ରାଜନୀତିରେ ସେ ସମୟରେ ଚର୍ଚ୍ଚା ସୃଷ୍ଟି କରିଥିଲା, ସେମାନେ ହେଲେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ନିଭ୍ରିତି ସିଂହଦେଓ।

କ୍ରାଇମବ୍ରାଞ୍ଚ ଏଡିଜି ନିକଟରେ ଲୋକାୟୁକ୍ତଙ୍କୁ ଦେଇଥିବା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ‌ଯେ ପ୍ରଣବ ବଳବନ୍ତରାୟ ୨୦୦୯ ଫେବ୍ରୁଆରି ୨୧ ତାରିଖରୁ ୨୦୧୦ ଜୁଲାଇ ୧୪ ତାରିଖ ମଧ୍ୟରେ ଘଙ୍ଗାପାଟଣା ମୌଜାରେ ଗୋକର୍ଣ୍ଣେଶ୍ବର ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ଭାବେ ୫ ଏକର ୨୪୦ ଡିସିମିଲ ଜମି କିଣିଥିଲେ। ସେ ମଧ୍ୟରୁ ୩ ଏକର ଜମି ସରକାରଙ୍କ ଠାରୁ ଲିଜ୍ ନେଇଥିବା ଲିଜଧାରୀଙ୍କ ଠାରୁ ପ୍ରଥମେ କିଣିଥିବା ବ୍ୟକ୍ତିଠାରୁ ନେଇଥିଲେ। ବାକି ୨ ଏକର ଜମି ଦ୍ବିତୀୟ ଥର କିଣିଥିବା ବ୍ୟକ୍ତିଙ୍କ ଠାରୁ ନେଇଥିଲେ। ଉଭୟ କିଣାବିକା ପୂରା ବେଆଇନ। ବାକି ୨୪୦ ଡିସିମିିଲ ଜମି ସ୍ଥିତିବାନ। ତାହା ବିଭିନ୍ନ େଲାକଙ୍କ ଠାରୁ ଟ୍ରଷ୍ଟ କିଣିଛି, ଯାହା ଏହି ଲିଜ୍ ପରିସରଭୁକ୍ତ ନୁହେଁ। ସେହିଭଳି ନିଭ୍ରିତି ୭ ଏକର ଜମି କିଣିଥିଲେ। ୫ ଏକର ଜମି ୫ଟି କିଣାବିକା ଜରିଆରେ ମୂଳ ଲିଜଧାରୀଙ୍କ ଠାରୁ ୨୦୦୭-୦୮ରେ ନିଆଯାଇଥିଲା। ବାକି ୨ଏକର ଜମି ୨ଟି କିଣାବିକା ଜରିଆରେ ଲିଜଧାରୀଙ୍କ ଠାରୁ ପ୍ରଥମେ କିଣିଥିବା ବ୍ୟକ୍ତିଙ୍କ ଠାରୁ ନିଆଯାଇଥିଲା।

କ୍ରାଇମବ୍ରାଞ୍ଚ ଦର୍ଶାଇଛି, ଗତ ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ବର ତହସିଲଦାର େଯଉଁ ରିପୋର୍ଟ ଦେଇଛନ୍ତି, ତାହାକୁ ବିଶ୍ବାସ କରାଗଲେ, ପୂର୍ବତନ ତହସିଲଦାର କୁଳମଣି ନାଏକ, ଅଜିତ କୁମାର ପ୍ରଧାନ, ପୂର୍ବତନ ରାଜସ୍ବ ନିରୀକ୍ଷକ ପଦ୍ମଚରଣ ମିଶ୍ର, ପ୍ରମୋଦ କୁମାର ଶ୍ରୀଚନ୍ଦନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେହିପରି ରେକର୍ଡ କିପର ବିରୋଧରେ ମଧ୍ୟ ଅନୁରୂପ ବିଭାଗୀୟ କାର୍ଯ୍ୟାନୁଷ୍ଠାନ େହାଇଛି।

ତଦନ୍ତ କେବେ ସରିବ, କେବେ ରିେପାର୍ଟ ଦିଆଯିବ ସେ ନେଇ ନିର୍ଦିଷ୍ଟ ତଥ୍ୟ କ୍ରାଇମବ୍ରାଞ୍ଚ ଏଡିଜି ଦେଇନାହାନ୍ତି। କହିଛନ୍ତି,ଏହି ମାମଲାକୁ ଚପାଇ ଦିଆଯାଉନାହିଁ। ରେକର୍ଡ ବହୁ ପୁରୁଣା ସମୟର। ଏଣୁ ଆହୁରି କିଛି ତଥ୍ୟ େଖାଜା ଯାଉଛି। ଏହି ମାମଲାରେ ପୂର୍ବରୁ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ହୋଇଛି ଓ କାହାକୁ ବି ଛଡ଼ାଯିବାର ନାହିଁ େବାଲି କ୍ରାଇମବ୍ରାଞ୍ଚ ଆଶ୍ବାସନା ଦେଇଛି।

ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, କ୍ରାଇମବ୍ରାଞ୍ଚର ଏହି ରିପୋର୍ଟ ଲୋକାୟୁକ୍ତଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ୫ବର୍ଷ ଭିତରେ ତଦନ୍ତ ସରିପାରିଲା ନାହିଁ। ଆଉ କେତେ ସମୟ ନେବ ବୋଲି ପ୍ରଶ୍ନ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର