ଆନନ୍ଦପୁର: ଗରିବ, ଅସହାୟ ତଥା ଚାଳ ଛପର ଘରେ ରହୁଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଭଡ଼ାରେ ଦୋକାନ ପାଇଁ ଦିଆଯାଉଛି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରାରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ଏହି ବ୍ଲକ୍ର କଇନିପୁରା ଗ୍ରାମର ବାରିଣୀ ସାହୁ ପିତା- କୀର୍ତ୍ତନ ସାହୁଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆସିଥିଲା। ଏହି ଅନୁଦାନରେ ଘର ଶୈଲଙ୍ଗ-ଦେଓଗାଁ ମୁଖ୍ୟ ରାସ୍ତାକଡରେ ନିର୍ମାଣ ହୋଇଛି। ଏବେ ଏଥିରେ ଦୁଇଟି ଦୋକାନ ଚାଲିଛି। ଘରମାଲିକ ଦୋକାନ ଘରଭଡ଼ାରେ ଲଗାଇଥିବାବେଳେ ଏନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେବାପରେ ଦୁଇଦିନ ତଳେ ଆବାସ ଯୋଜନାରେ ଲାଗିଥିବା ଫଳକକୁ ଘୋଡ଼ାଇ ଦିଆଯାଇଛି। ସେହିପରି ଗ୍ରାମର ଚୈତନ୍ୟ ସାହୁଙ୍କ ପତ୍ନୀ କମଳା ସାହୁଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଥିବା ବେଳେ ଏହାର ନିର୍ମାଣ ଶୈଳୀକୁ ଦେଖିଲେ ସେ କେତେ ଗରିବ ସହଜେ ବୁଝିହେବ। ପ୍ରଧାନମନ୍ତ୍ରୀ ଆବାସ ଫଳକ ମାରି ଏକହଜାର ବର୍ଗଫୁଟ ସରକାରୀ ଜମିରେ ଗୃହ ନିର୍ମାଣ କରୁଥିବା ବେଳେ ସେମାନଙ୍କୁ ସରକାରୀ ଅନୁଦାନ କିଭଳି ପ୍ରଦାନ କରାଗଲା ତାହା ତଦନ୍ତସାପେକ୍ଷ। ଏନେଇ ପଞ୍ଚାୟତର ନିର୍ବାହୀଅଧିକାରୀ ମୁରଲୀଧର ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି ଯେ, ସେ ଏଠାରେ ଯୋଗଦେବା ପୂର୍ବରୁ ବାରିଣୀ ସାହୁଙ୍କୁ ଗୃହ ପ୍ରଦାନ କରାଯାଇଥିଲା, ତେବେ ସରକାରୀ ଆବାସ ଭଡ଼ାରେ ଲାଗିଥିବା ସମ୍ପର୍କରେ ତଦନ୍ତ ହେବ।
ଘସିପୁରା ବ୍ଲକରେ ବାଟବଣା ସରକାରୀ ଯୋଜନା, ଭଡ଼ାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ
/sambad/media/post_attachments/wp-content/uploads/2018/12/Untitled-4-15.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)