ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ପୁଲିସର ପକ୍ଷପାତିତା ବିରୋଧରେ ଆଜି ଘସିପୁରା ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ନିଜର ଶହ ଶହ ସମର୍ଥକଙ୍କ ସହ ସେ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରରୋଚନା ଓ ଚାପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କୁ ଟାର୍ଗେଟ କରି ପୁଲିସ ଜାଣିଶୁଣି ଗିରଫ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
ଗତକାଲି ସୌମ୍ୟରଞ୍ଜନଙ୍କୁ ସମର୍ଥନ କରୁଥିବା ୮ ଜଣଙ୍କୁ ରାମଚନ୍ଦ୍ରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ,ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ସୌମ୍ୟରଞ୍ଜନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଗିରଫ କରିବାର ନଜିର ରହିଛି। କୋର୍ଟଙ୍କ ରହିତାଦେଶ ଥିବା ସତ୍ତ୍ୱେ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ସ୍ଥାନୀୟ ପୁଲିସ ପକ୍ଷପାତିତା କରି ଲୋକଙ୍କୁ ଗିରଫ କରୁଥିବା କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
ବରଗଡ଼ରେ ହତ୍ୟାକାଣ୍ଡ ଘଟିଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଗୁଣ୍ଡାଗର୍ଦି ଓ ହିଂସାକାଣ୍ଡର ଚିତ୍ର। କେଉଁଠି ଶାସକ ଦଳର କର୍ମୀ ପ୍ରଚାର ଗାଡିକୁ ଅଟକାଇ ନାରାବାଜି କରିଛନ୍ତି ତ ଆଉ କେଉଁଠି ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘସିପୁରା ବିଧାନସଭା କ୍ଷେତ୍ରରୁ ଆସିଥିଲା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରିର ଚିତ୍ର। ବିଚ୍ ରାସ୍ତାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ରାଲିକୁ ଅଟକାଇ ହଙ୍ଗାମା କରିଥିଲେ ବିଜେଡି ନେତା ବଦ୍ରି ପାତ୍ରଙ୍କ ସମର୍ଥକ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଗୁଣ୍ଡାଗର୍ଦ୍ଦି କରି ଆତଙ୍କ ଖେଳାଇଥିଲେ। ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ଏଥିସହ ତାଙ୍କ ସମର୍ଥକଙ୍କୁ ଜାଣିଶୁଣି ପୁଲିସ ଲଗାଇ ଗିରଫ କରାଯାଉଥିବା ସୌମ୍ୟ ରଞ୍ଜନ ଅଭିଯୋଗ ଆଣିଥିଲେ।
ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କହିଥିଲେ ଯେ ସକାଳେ ଯେଉଁ ଘଟଣା ଘଟିଥିଲା ତାହା ଅତି ନିନ୍ଦନୀୟ। ଅଶାନ୍ତି ସାଙ୍କୁ ଗତ ରାତିରେ ଉଠାଇ ନିଆଯାଇଥିଲା। ମୋ ସମର୍ଥକଙ୍କୁ ପୁଲିସ ଜାଣିଶୁଣି ଗିରଫ କରୁଛି। ଗିରଫ ବ୍ୟକ୍ତି ମୋ ସମର୍ଥକ କେମିତି ହେଉଛନ୍ତି। ଗଣତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ମୁଁ କାମ କରୁଛି। ବଦ୍ରିବାବୁଙ୍କ ସହ ଥିବା ଅସାମାଜିକଙ୍କୁ ଗିରଫ କରାଯାଉନି। ବାହୁବଳୀ ନେତା ଭାବେ ନିର୍ବାଚନ ନ ଲଢନ୍ତୁ। ନିର୍ବାଚନ ହିଂସାଯୁକ୍ତ କରିବାକୁ କାହିଁକି ପ୍ରଚେଷ୍ଟା କରାଯାଉଛି? ମୁଁ କାହା ବିରୋଧରେ ଲଢେଇ କରୁନି। ମୋର ସରକାର କଳ ବିରୋଧରେ ଲଢେଇ। ବଦ୍ରିବାବୁ ଭୟଭୀତ ହୁଅନ୍ତୁ ନାହିଁ। ମୁଁ ମୋ ଲଢେଇ ଲଢୁଛି, ସେ ତାଙ୍କ ଲଢେଇ ଲଢନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/b6eb47c1-e8d4-4e91-80ad-64875ca2828b.jpeg)