ଚିଲିକାରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପୁଣି ଆରମ୍ଭ : ମୁକ୍ତ ହେଲା ଆଉ ଦେଢ଼ ହଜାର ଏକର

ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲରେ ଥିବା ବେଆଇନ ଚିଙ୍ଗଡ଼ି ଘେରିରେ ପ୍ରଶାସନ ବୁଲ୍‌ଡୋଜର ଚଲାଇଛି। ମାଟି ଘେରି ବନ୍ଧ ଓ ଜାଲ ଏବଂ କୀଳା ଦ୍ୱାରା ହୋଇଥିବା ଚିଙ୍ଗୁଡ଼ି ଘେରିକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ବିଭିନ୍ନ ଆଜି ସକାଳୁ ପ୍ରଶାସନ ଘେରି ଭାଙ୍ଗିଥିବାବେଳେ ଆଜିର ଉଚ୍ଛେଦ ବେଳେ ଚିଲିକାର ଆଉ ଦେଢ଼ ହଜାର ଏକ ଘେରି ମୁକ୍ତ ହୋଇପାରିଛି।

ଆଜି ଘେରି ଉଚ୍ଛେଦ ବେଳେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଧନଞ୍ଜୟ ମହାନ୍ତି ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ସାଙ୍ଗରେ ରହିଥିଲେ ବ୍ରହ୍ମଗିରି ପୁଲିସ ସହିତ ୩ ପ୍ଲାଟୁନ୍‌ ଫୋର୍ସ, ସିଡିଏ ଅଧିକାରୀଙ୍କ ସହିତ ୪୫ଜଣ ଶ୍ରମିକ, ସାତପଡା ଆରଆଇ ଚନ୍ଦ୍ରକାନ୍ତ ବେହେରା, ପଣସପଦା ଆରଆଇ କାମାକ୍ଷା ପ୍ରସାଦ ମଲ୍ଲିକ ଓ ସୁନାମୁହିଁ ଆରଆଇ ବିଚିତ୍ର ମୋହନ ମିଶ୍ର। ସକାଳ ଦଶଟାରେ ଆରମ୍ଭ ହୋଇଥିଲା ଘେରି ଉଚ୍ଛେଦ। ବ୍ରହ୍ମଗିରି ତହସିଲ ଅର୍ନ୍ତଗତ କେରାଣ୍ଡିଆ, ନୂଆଜାଣ ଇଲାକରେ ଥିବା ମାଟି ଘେରି ବନ୍ଧକୁ ମଝିରୁ କାଟିଥିଲା ପ୍ରଶାସନ। ଏହା ପରେ ନୂଆଜାଣ ଇଲାକାରେ ପଶି ଜାଲ ଓ କୀଳା ଦ୍ୱାରା ହୋଇଥିବା ଚିଙ୍ଗୁଡି ଘେରିକୁ ଭା ଭଙ୍ଗାଯାଇଥିଲା। ଆଗକୁ ବେଆଇନ ଚିଙ୍ଗୁଡି ଘେରି ଭଙ୍ଗା ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି। କୃଷ୍ଣପ୍ରସାଦ ତହସିଲ ଇଲାକାରେ ମାଟି ଘେରି ବନ୍ଧ ଭଙ୍ଗାକୁ ପେସାଦାର ମତ୍ସ୍ୟଜୀବୀ ମହାସଂଘ ବିରୋଧ କରିବା ପରେ ପ୍ରଶାସନ ନିରାଶ ହୋଇ ଫେରିଥିଲା। ତେବେ ଆଜିଠାରୁ ବ୍ରହ୍ମଗିରି ତହସିଲ ଇଲାକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଚେଦ ସଫଳ ହୋଇଛି।

ସମ୍ବନ୍ଧିତ ଖବର