ଭୂତ ଭୟ ଦୂର ପାଇଁ ଭିନ୍ନ ଢଙ୍ଗରେ ସଚେତନତା, ଶିକ୍ଷାଧିକାରୀଙ୍କ ସମେତ ୧୬ ଜଣ ରାତି ବିତାଇଲେ

ହରିଚନ୍ଦନପୁର : ନିଷ୍ପତ୍ତିକୁ ଯଦି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଏ, ତା’ହେଲେ ଘଟଣାଟି ଏହିଭଳି ଘଟିବ। ଗୁରୁବାର ଦିନ ରାତିରେ ଶିକ୍ଷାଅଧିକାରୀଙ୍କ ସମେତ ୧୬ ଜଣ ଭୂତ ଭୟ ଦୂର କରିବା ପାଇଁ ସ୍କୁଲ୍‌ ଘରେ ରାତ୍ରିଯାପନ କରିଥିବେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ଭଅଁରପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଦୁଇଦିନ ତଳେ ଛାତ୍ରୀନିବାସ ପରିସ୍ରାଗାରକୁ ଯାଇ ୭ ଜଣ ଛାତ୍ରୀ ବେହୋସ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ପରେପରେ କୁଆଡ଼େ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ମହାନ୍ତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ, ଭୂତ ଭୟରେ ଗତକାଲି କୌଣସି ଛାତ୍ରଛାତ୍ରୀ ସ୍କୁଲ ଆସିନଥିଲେ। ଶିକ୍ଷୟିତ୍ରୀ ବିମଳା ସେଠୀ, ଶିକ୍ଷା କମିଟି ସଭାପତି ବସନ୍ତ ନାହାକ, ସିଆର୍‌ସିସି ଉପେନ୍ଦ୍ର ପ୍ରସାଦ ମଲ୍ଲିକ ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ଆଜି ୧୦ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। କିନ୍ତୁ ହଷ୍ଟେଲକୁ ଛାତ୍ରଛାତ୍ରୀ ଫେରିନଥିଲେ।

scoobydoo.fandom.com

ତେଣୁ ଏହି ଆତଙ୍କର ଅବସାନ ଘଟାଇବାକୁ ଶିକ୍ଷା ବିଭାଗ ପକ୍ଷରୁ ଆଜି ରାତ୍ର ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ଆଜି ସନ୍ଧ୍ୟାରେ ଏବିଇଓ କାଳନ୍ଦୀ ଚରଣ ଜେନାଙ୍କ ନେତୃତ୍ବରେ ସିଆର୍‌ସିସି ଉପେନ୍ଦ୍ର ପ୍ରସାଦ ମଲ୍ଲିକ, ଅଜିତ କୁମାର ସାହୁ, ମଙ୍ଗୁଳୁ ସାହୁ, ଗୋପବନ୍ଧୁ ବେଜ, ଗିରିଧାରୀ ଦେହୁରୀ, ପ୍ରଦୀପ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଜଗବନ୍ଧୁ ମହାନ୍ତ, ଘନଶ୍ୟାମ ନାଏକ, ବିଆର୍‌ଟି କୁଳମଣି ସାହୁ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚିଛନ୍ତି। ସେଠାରେ ସମିତି ସଭ୍ୟ କାହ୍ନୁଚରଣ ସାହୁଙ୍କ ସମେତ ଶିକ୍ଷା କମିଟି ସଦସ୍ୟ ଓ କେତେକ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଭୂତପ୍ରେତ କିଛି ନାହିଁ, ସେଥିପାଇଁ ଭୟ ନକରିବାକୁ ସଚେତନତା କରାଇବା ସହ ଏହି ଆତଙ୍କର ଅବସାନ ଘଟାଇବାକୁ ଶିକ୍ଷା ବିଭାଗ ପକ୍ଷରୁ ଆଜି ରାତ୍ର ରହଣି ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର