ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ ହେବ

ଭୁବନେଶ୍ୱର: ରଗଗୋଲା ଲଢେଇରେ, ପଶ୍ଚିମବଙ୍ଗ ବାଜି ମାରିନେବା ପରେ, ବିକଳ୍ପ ପନ୍ଥା ବାହାର କରିଛନ୍ତି ଓଡ଼ିଶା ସରକାର। ପଶ୍ଚିମବଙ୍ଗ ବାଂଲାର ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇବା ପରେ ରାଜ୍ୟ ସରକାର, ଓଡ଼ିଶାର ରସଗୋଲାକୁ ଜଗନ୍ନାଥଙ୍କ ନାଁରେ ନାମିତ କରି ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିବେ।

ପଶ୍ଚିମବଙ୍ଗର ରସଗୋଲକୁ ଚ୍ୟାଲେଞ୍ଜ କରିବା ସମୟର ଅପଚୟ ହେବ ବୋଲି ବିଚାର କରି ଓଡ଼ିଶା ସରକାର, ଜଗନ୍ନାଥ ରସଗୋଲା ନାଁରେ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଚର୍ଚ୍ଚା ଅନୁସାରେ, ପାହାଳ ରସଗୋଲା ନାଁରେ ମଧ୍ୟ ଜିଆଇ ଟ୍ୟାଗ୍‌ ଆବେଦନ କରିବେ ନାହିଁ କାରଣ, ବର୍ତ୍ତମାନ ସମୟରେ ଏହାର କୌଣସି ଐତିହାସକ ତଥ୍ୟ ମିଳିପାରି ନାହିଁ। ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନାଁରେ ଆବେଦନ କଲେ ଯଥେଷ୍ଟ ଐତିହାସିକ ତଥ୍ୟ ରହିଛି। ସଂପୃକ୍ତ ଆଇନର ଧାରା ୧୧ ଅନୁସାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ସଂଘ ଜଗନ୍ନାଥ ରସଗୋଲାର ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିପାରନ୍ତି। ଏ ନେଇ ସରକାର ସମସ୍ତ ସହୟତା ଯୋଗାଇ ଦେଇଦେବେ।

ସମ୍ବନ୍ଧିତ ଖବର