ବୁର୍ଲା : ଆଇଆଇଏମ୍ ସମ୍ୱଲପୁରର ବସନ୍ତପୁର କ୍ୟାମ୍ପସରେ ବର୍ଷିୟାନ ବୁଣାକାରମାନଙ୍କ କ୍ଷୁଦ୍ର ବ୍ୟବସାୟ ପରିଚାଳନାର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ହସତନ୍ତ କମିଶନର ରୂପ ରାଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ଉତ୍ପାଦଗୁଡ଼ିକ ଜିଆଇ ଟ୍ୟାଗ୍ ପାଇବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି।
ସମ୍ମାନିତ ଅତିଥି ସିଡିବିର ସିଜିଏମ୍ ଡ. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ ଅଞ୍ଚଳର ବର୍ଷିୟାନ ବୁଣାକାରମାନଙ୍କର କ୍ଲଷ୍ଟର ବିକାଶ ପାଇଁ ସିଡିବିର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଇଆଇଏମ୍ ସମ୍ୱଲପୁରର କର୍ପୋରେଟ କମ୍ୟୁନିକେସନର ଅଧ୍ୟକ୍ଷ ଆନନ୍ଦ ହିନ୍ଦୋଲିଆ ଧନ୍ୟବାଦ ଅର୍ପଣ କରିଥିଲେ।