ନିମାପଡ଼ା ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ପାଇଁ ବିଶେଷଜ୍ଞ ଦେଲେ ରିପୋର୍ଟ!

ଭୁବନେଶ୍ୱର : ରସଗୋଲା ପରେ ନିମାପଡ଼ା ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ନେଇ ସରକାରୀ ତନାଘନା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଗଠିତ ବିଶେଷଜ୍ଞ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟ ଉପରେ ଆଜି ଏମଏସଏମଇ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତର୍ଜମା ହୋଇଥିଲା। ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ଦେବା ନେଇ ଖୁବଶୀଘ୍ର ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର