ଭୁବନେଶ୍ବର: ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ(ଭୌଗଳିକ ଉତ୍ପତ୍ତି) ଟ୍ୟାଗ୍ ମିଳିଛି। ରାଜ୍ୟ କ୍ଷୁଦ୍ର, ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ଏହା ସଂପର୍କରେ ସୂଚନା ଦିଆଯାଇଛି। ୮ଟି ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖୋଳି ଯାଇଛି। ଜିଆଇ ମାନ୍ୟତା ପାଇଥିବା ତାଲିକାରେ ରହିଛି ଓଡ଼ିଶା ଖଜୁରୀ ଗୁଡ଼(ଗଜପତି ଖଜୁରୀ ଗୁଡ଼), ଢେଙ୍କାନାଳ ମଗଜି, ମୟୂରଭଞ୍ଜ କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରି ସାଲ, କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନ ଓ ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ସ୍ଥାନ ପାଇଛି।

Advertisment

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଗତବର୍ଷ ଅକ୍ଟୋବର ୩ ତାରିଖରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଛି। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରି ଦିଆଯାଇଥିଲା। ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ମାନ୍ୟତା ଦିଆଯାଇଛି। ସେହିପରି ଓଡ଼ିଶାର ଲାଞ୍ଜିଆ ସଉରା(ଆଇଡିଆଇଟିଏଏଲ୍‌)ଙ୍କ ଚତ୍ରକଳାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟ ଏସ୍‌ସିଏସ୍‌ଟି ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।