ଆଜିଠାରୁ ଜିଆଇଇଟି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଗୁଣୁପୁରସ୍ଥିତ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଜିଆଇଇଟି)କୁ ମିଳିଛି ବିଶ୍ବବିଦ୍ୟାଳୟ ମାନ୍ୟତା। ଗୁରୁବାରଠାରୁ ଏହି ଶିକ୍ଷାନୁଷ୍ଠାନ ବିଶ୍ବବିଦ୍ୟାଳୟ ଭାବେ ପରିଗଣିତ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଜିଆଇଇଟି ବିଶ୍ବବିଦ୍ୟାଳୟ ହେବା ପରେ ରାଜ୍ୟରେ ଆଉ ଏକ ଘରୋଇ ବୈଷୟିକ ଶିକ୍ଷା ବିଶ୍ବବିଦ୍ୟାଳୟ ଯୋଡ଼ି ହୋଇଛି। ସୂଚନାଯୋଗ୍ୟ ଯେ ଜିଆଇଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ତାହାକୁ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର