ମୁହଁ ଖୋଲିଲେ ୯୯’ ମହାବାତ୍ୟା ସମୟର ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ : ୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା

ଭୁବନେଶ୍ବର : ୧୯୯୯ ମସିହାର ମହାବାତ୍ୟା ପରେ ସବୁଠୁ ବଡ ବାତ୍ୟା ଫୋନିକୁ ସାମ୍ନା କରିଛି ଓଡ଼ିଶା । ଆଉ ୨୦ ବର୍ଷ ତଳେ ସେଇ ମହାବାତ୍ୟାକୁ ମୁକାବିଲା କରିଥିବା ଓଡ଼ିଶାର ତତ୍କାଳୀନ  ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ପ୍ରଥମ ଥର ପାଇଁ ଫୋନିକୁ ନେଇ ମୁହଁଖୋଲିଛନ୍ତି । ଗମାଙ୍ଗ କହିଛନ୍ତି, ମହାବାତ୍ୟା ସହ ଫୋନିକୁ ତୁଳନା କରାଯାଇ ପାରିବ ନାହିଁ । ସେତେବେଳେ କୌଣସି ସୁବିଧା ନ ଥାଇ ମହାବାତ୍ୟା ମୁକାବିଲା କରାଯାଇଥିଲା । ୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ସରକାର ଲୋକଙ୍କ ଜୀବନ ବଂଚାଇବା ପାଇଁ ପୂର୍ଣ୍ଣ ଉଦ୍ୟମ କରିଥିଲେ । ଯେଉଁମାନେ ସ୍ଥାନାନ୍ତର ହୋଇ ନଥିଲେ ସେମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ମହାବାତ୍ୟା ମୁକାବିଲାର ଅଭିଜ୍ଞତା କଥା କହିବାକୁ ଯାଇ ଗମାଙ୍ଗ କହିଛନ୍ତି, ଦାୟିତ୍ୱ ପାଳନରେ ସେ କୌଣସି ଅବହେଳା କରି ନ ଥିଲେ । ତେବେ ମହାବାତ୍ୟାରେ ପାଖାପାଖି ୧୦,୦୦୦ ଲୋକଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର