ହାଟଡିହି: ରାତିରେ ମା ପାଖରେ ଘରେ ଶୋଇଥିବା ବେଳେ ୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ। ମେଡିକାଲ ଆଣିବା ପରେ ଡାକ୍ତର କଲେ ମୃତ ଘୋଷଣା। ଯାଜପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁର ରଘୁନାଥ ଲୋହାରଙ୍କ ପତ୍ନୀ ଓ ୭ ମାସର ଝିଅ ଘରେ ସୋଇଥିବା ବେଳେ ବିଳମ୍ବିତ ରାତିରେ କୁନି ଝିଅର ଓଠକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଝିଅ ଟି ଜୋରରେ କାନ୍ଦିବାରୁ ମା ଉଠି ଦେଖିବାରୁ ସାପଟି ଝିଅ ଓଠକୁ କାମୁଡି ଧରିଛି। ମା ଉଠିବାରୁ ସାପଟି ପଳାଇ ଯାଇଥିଲା।ତୁରନ୍ତ କୁନି ଝିଅକୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ
/sambad/media/post_attachments/wp-content/uploads/2022/10/snake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)