ତେନ୍ତୁଳିଖୁଣ୍ଟି:  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦେଢ଼ ମାସର ଶିଶୁକନ୍ୟା ପ୍ରଥମ ଡୋଜ ଟିକା ନେବାର ୨୦ଘଣ୍ଟା ପରେ ମୃତ୍ୟବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ସମ୍ପୃକ୍ତ ପରିବାର ଶିଶୁକନ୍ୟାର ଶବକୁ ଧରି ପାତ୍ରପୁଟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇ କ୍ଷତିପୂରଣ ଦାବି କରିଛନ୍ତି। ଟିକା ନେବା ପରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁଯାୟୀ ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସବ ସେଣ୍ଟରରେ ଗତକାଲି ଟିକାଦାନ କାର୍ଯ୍ୟକ୍ରମ ଥିଲା। ଏଥିରେ ଅଂଚଳର ୧୫ ଜଣ ଶିଶୁଙ୍କୁ ଟିକା କରଣ କରାଯାଇଥିଲା। ମହିଳା ସ୍ୱାସ୍ଥ୍ୟ କର୍ମୀ କବିତା ସେଠୀ ଟିକା ଦେଇଥିଲେ। ୧୫ ଶିଶୁ ଙ୍କ ମଧ୍ୟରୁ ଦୁଇଜଣ ଶିଶୁଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିଲା। ଏହି ୨ ଜଣ ଶିଶୁଙ୍କୁ ପୋଲିଓ, ପେଣ୍ଟା, ପିସିବି ଇଞ୍ଜେକ୍ସନ ଏବଂ ରୋଟା ଖାଉବାକୁ ଦିଆ ଯାଇଥିଲା। ଦୁଇଜଣ ଙ୍କ ମଧ୍ୟରୁ ପାତ୍ରପୁଟ ଗ୍ରାମର ଗ୍ରାମର କିରଣ ପାତ୍ରଙ୍କ ଦେଢ଼ମାସର ଶିଶୁକନ୍ୟାଙ୍କୁ ମଧ୍ୟ ସକାଳ ୮ଟା ୪୫ରେ ଅନୁରୂପ ଟିକା ଦିଆ ଯାଇଥିଲା। ଏହାପରେ ପରିବାର ଲୋକେ ଶିଶୁ ଙ୍କୁ ନେଇଁ ଘରକୁ ଚାଲିଯାଇଥିଲେ।

ତେବେ ଆଜି ଶିଶୁଟି ଖିର ପାନ କରିବା ପରେ ସକାଳ ୫ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ତେବେ ଟିକର ନେବା କାରଣରୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇଁ ପରିବାର ଲୋକେ ଅଭିଯୋଗ କରି କ୍ଷତିପୂରଣ ଦାବି କରିଛନ୍ତି। ଏହାପରେ ଶିଶୁର ମୃତ ଦେହକୁ ଧରି ପାତ୍ରପୁଟ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇ କ୍ଷତିପୂରଣ ଦାବି କରିଥିଲେ। ସମ୍ପୃକ୍ତ ପରିବାର ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା ଧରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ନବରଙ୍ଗପୁର ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା, ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ସିମାଞ୍ଚଳ ପାତ୍ର, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧକ୍ଷ ଡ଼ା ସୋମଲେଇ ପ୍ରସାଦ ପଣ୍ଡା, ସ୍ୱାସ୍ଥ୍ୟ ପରିଦର୍ଶକ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ସମ୍ପୃକ୍ତ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର ଏବଂ ପାତ୍ରପୁଟ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।