ପାଣିରେ ବୁଡ଼ି ଶିଶୁ କନ୍ୟା ମୃତ

କୁଆମରା : ଦୁନିଆ କ’ଣ ଜାଣିବା ପୂର୍ବରୁ ଆଜି ଏକ ଶିଶୁ କନ୍ୟା ପାଣିରେ ବୁଡ଼ି ଜୀବନ ହାରିଛି। ଖୁଣ୍ଟା ଥାନା ତଥା କୁଆମରା ଫାଣ୍ଡି ଅନ୍ତର୍ଗତ ପରିଛିପୁର ଗ୍ରାମର ଶମ୍ବୁ ସିଂଙ୍କ ଦେଢ ବର୍ଷର କନ୍ୟା ଜ୍ୟୋତ୍ସ୍ନା ଘର ନିକଟରେ ଖେଳୁ ଥିବାବେଳେ ଅସାବଧାନତା ବଶତଃ ନିକଟରେ ଥିବା ଏକ ଗଡିଆକୁ ଖସି ପଡିଥିଲା। ତେବେ ପିଲାକୁ ଦୀର୍ଘ ସମୟ ଧରି ଦେଖିବାକୁ ନ ପାଇବାରୁ ମା’ ମୀନା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ଗଡିଆରେ ଭାସୁଥିବା ଦେଖିବାକୁ ପାଇ ଛୁଆକୁ ଉଦ୍ଧାର କରି କୁଆମରା ଡାକ୍ତରଖାନାକୁ ଆଣା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ କୁଆମରା ଫାଣ୍ଡି ପୁଲିସ ପହଂଚି ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଏ ନେଇ ଗ୍ରାମର ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର