ବାରିପଦା: ପୁଣି ଶିଶୁ କନ୍ୟାଙ୍କୁ ହତାଦର କରାଯିବା ଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରୁ ଉଦ୍ଧାର ହୋଇଥିବା ୭ ଦିନର ଏକ ଅଜଣା ଶିଶୁ କନ୍ୟାଙ୍କୁ ବାରିପଦାସ୍ଥିତ ପିଆରଏମ ହସ୍‌ପିଟାଲର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ଉକ୍ତ ଶିଶୁ କନ୍ୟାଙ୍କୁ ସ୍ଥାନୀୟ ଅଙ୍ଗନୱାଡି ଏବଂ ଆଶା କର୍ମୀ ଉଦ୍ଧାର କରି ବାଙ୍ଗିରିପୋ‌ଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉତ୍ତମ ଚିକିତ୍ସା ନିମନ୍ତେ ବାରିପଦାକୁ ପଠାଯାଇଥିଲା। ଏବ‌େ ଶିଶୁ କନ୍ୟାଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଶିଶୁ ମଙ୍ଗଳ କେନ୍ଦ୍ରରେ ଉପସ୍ଥାପନ କରି ତାଙ୍କ ପରାମର୍ଶ ଅନୁଯାୟୀ ଆଶ୍ରୟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।