ବାଲି ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ବୋର୍ଡା : ଭବାନୀପାଟଣା ସଦର ବ୍ଲକ କର୍ଲାପଡା ଫାଣ୍ଡି ଅନ୍ତର୍ଗତ ମାଡିଙ୍ଗପଦର ଗାଁର ଏକ ପରିତ୍ୟକ୍ତ ବାଲିଗଦାରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ମାଡିଙ୍ଗପଦର ଗାଁର ଚନ୍ଦ୍ରମଣି ଶିଖାଙ୍କ ସ୍ତ୍ରୀ ପ୍ରତିଭା ଶିଖା ରବିବାର ରାତି ପ୍ରାୟ ୧୨ଟା ସମୟରେ ଘର ବା‌ଡ଼ି ପଛପଟେ ଥିବା ପାଇଖାନାକୁ ଯାଉଥିଲେ। ଏହି ସମୟରେ ନିକଟରେ ଥିବା ବାଲି ଗଦାରେ ଏକ ଶିଶୁ କାନ୍ଦୁଥିବା ଜାଣିବାକୁ ପାଇ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପରେ ଗାଁ ଲୋକଙ୍କୁ ଜଣାଇ ପୁଲିସକୁ ଖବର ଦେଇଥିଲେ। କର୍ଲାପଡ଼ା ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକ, ସରପଞ୍ଚ ମଧୁସ୍ମିତା ପଧାନ, ଅଙ୍ଗନବାଡ଼ି ଓ ଆଶାକର୍ମୀ ପହଞ୍ଚି ବାଲିଗଦାରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ପରେ ପ୍ରାଥମିକ ଚିକିତ୍ସା ଓ ଯତ୍ନ ପାଇଁ ଶିଶୁକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର