ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଠାରୁ ୫କିମି ଦୂର କତଲକଇଠାରେ ଆଜି ଅପରାହ୍ନ ୩ଟାରେ ଏକ ବେସରକାରୀ ଆମ୍ବୁଲାନ୍ସ୍ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା କତଲକଇଠା ଗ୍ରାମର ଏସ.ଲକ୍ଷ୍ମୀ(୮)। ନାବାଳିକାଙ୍କ ମୃତ୍ୟୁରେ ଉତ୍ୟକ୍ତ ଲୋକେ ଗାଡ଼ିକୁ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ପାରଳାଖେମୁଣ୍ଡି-ମୋହନା ରାସ୍ତା ଅବରୋଧ କରି ରଖିଥିଲେ। ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଖବର ପାଇ ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି ଏବଂ ପାରଳାଖେମୁଣ୍ଡି ଥାନା ପୁଲିସ ପହଞ୍ଚି ଲୋକଙ୍କୁ ଦୁଝାଇଥିଲେ। ଗାଡ଼ି ଚାଳକକୁ ପୁଲିସ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୫ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଏହି ସମୟରେ ପାରଳାଖେମୁଣ୍ଡି ଅତିରିକ୍ତ ତହସିଲଦାର ସ୍ୱାଗତିକା ଦାଶ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/03/acci-af.jpg)
ସୂଚନା ପ୍ରକାରେ ଗଜପତି ଜିଲ୍ଲା ରାୟଗଡ଼ ପଟୁ ପାରଳାଖେମୁଣ୍ଡି ଆଡ଼କୁ ଏହି ଘରୋଇ ଆମ୍ବୁଲାନ୍ସ୍(ଓଆର- ୦୭ଜେ- ୭୩୦୯) ଆସୁଥିଲା। ଏଥିରେ କେହି ରୋଗୀ ନଥିଲେ। କେବଳ କିଛି କର୍ମଚାରୀ ବସିଥିଲେ। ତେବେ କୌଣସି କାମରେ ରାସ୍ତାକୁ ଆସିଥିବା ଉକ୍ତ ନାବାଳିକାଙ୍କୁ ଆମ୍ବୁଲାନ୍ସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଏସ.ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/acci-a.jpg)