ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ନିକଟରେ ଭ୍ୟାନ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରିସଲା ଗ୍ରାମର ସାଲିମ ସାନ୍ତାଙ୍କ ଝିଅ ମାମୁନି ସାନ୍ତା (୭), । ପିତା ସାଲିମ ନିଜ ପରିବାର ସହ ଏକ ବୋଲେରୋ ଗାଡିରେ ବିରିସଲା ଠାରୁ ହରିଶଙ୍କର ଗସ୍ତରେ ବାହାରିଥିଲେ । ବିରିସଲା ରୁ ବାହାରି ପାପଡାହାଣ୍ଡି ବସଷ୍ଟାଣ୍ଡ ପହଞ୍ଚି ଉମରକୋଟ ରାସ୍ତାରେ ଗାଡି ରଖି କିଛ ଔଷଧ ଓ ସୌଦା କିଣିବା ନିମନ୍ତେ ବାପା ସଲିମ ଯାଉଥିବା ଦେଖି ଝିଅ ମାମୁନି ବାପା ପଛରେ ଦୌଡୁଥିଲା ହଟାତ ବିପରୀତ ଦିଗରୁ ଆସୁଥିବା ଏକ ଅଣ୍ଡା ବ‌ୋଝେଇ ଭ୍ୟାନ ଓଆର ୨୪ଏ ୫୩୪୩ ତାଙ୍କୁ ଧକ୍କା ଦେଇଥିଲା | ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ | ତାଙ୍କୁ ସାଙ୍ଗେ ସାଙ୍ଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ଜାରିରଖିଛି |