ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ଅନ୍ତର୍ଗତ ପଣ୍ଡିକୋଟ ନିକଟସ୍ଥ ଏକ ଜଙ୍ଗଲରୁ ପୁଲିସ ଆଜି ଜଣେ ଯୁବତୀଙ୍କ ଶବ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶବଟି ପଣ୍ଡିକୋଟ ନିକଟସ୍ଥ ନୂଆଗୁଡା ଗ୍ରାମର ଦାମୁ ଜାନୀଙ୍କ ଝିଅ ଗଜପତି ଜାନୀ(୨୨)ଙ୍କର ବୋଲି ଜଣାପଡିଛି। ଅନ୍ୟପଟେ ଗଜପତିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ମୃତ ଗଜପତିଙ୍କ ମା’ ସାନ୍ତାମଣି ଜାନୀଙ୍କ ଏତଲା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଠାରୁ ଗଜପତି ନିଖୋଜ ହୋଇଯାଇଥିଲା। ଏହା ଜାଣିବା ପରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ଖୋଜଖବର ମିଳିନଥିଲା। ଆଜି ସକାଳେ ଗାଁ ନିକଟସ୍ଥ ଜଙ୍ଗଲରେ ଗଜପତିଙ୍କ ଶବ ପଡିଥିବା ପରିବାର ଲୋକ ଖବର ପାଇଥିଲେ। ପରେ ଏନେଇ ପରିବାର ଲୋକ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର