ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ପୁରୁଷୋତ୍ତମପୁର : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଖଲ୍ଲିକୋଟ ବ୍ଲକ ଅଧୀନ ବି.ଏନ.ପୁର ଗାଁ ରାସ୍ତାକଡ଼ ଆମ୍ବ ତୋଟାରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ଶବ ମିଳିଛି। ପରେ ଖଲ୍ଲିକୋଟ ତହସିଲଦାର, ଛତ୍ରପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର, ଛତ୍ରପୁର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଥିଲେ। ଯୁବତୀଙ୍କ ଶବକୁ ତଳକୁ ଓହ୍ଲା ଯାଇଥିଲା। ପ୍ରାଥମିକ ତଦନ୍ତରୁ ଯୁବତୀ ଜଣକ ଢେଙ୍କାନାଳର ବୋଲି ଜଣାପଡୁଛି। ତେବେ ଗଞ୍ଜାମରେ ତୋଟାରେ ସନ୍ଦେହଜନକ ଭାବେ ତାଙ୍କ ଝୁଲନ୍ତା ଶବ ମିଳିବା ପରେ ଅନେକ ପ୍ରଶ୍ନ ଉଠୁଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରି ଗଛରେ ଟାଙ୍ଗି ଦିଆ ଯାଇଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ବେଳେ ପୁରୁଷୋତ୍ତମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର