ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର : କମାପଲ୍ଲୀ ଓଭର୍‌ ବ୍ରିଜ୍‌ ତଳେ ଟ୍ରେନ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଅର୍ଚନା ସାହୁ(୨୪) ବୋଲି ପୁଲିସ କହିଛି। ଜିଆର୍‌ପି ଶବ ବ୍ୟବଚ୍ଛେଦ ପାଇଁ ପଠାଇ କେସ୍‌ ନମ୍ବର ୧୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ହିଂଜିଳି ଥାନା ସାରୁ ଗ୍ରାମର ରଙ୍କ ସାହୁଙ୍କ ଝିଅ ଅର୍ଚନା ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେ ଭୁବନେଶ୍ୱର ଯିବା ପାଇଁ ଆଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିଲେ। ରାମନଗରରେ ତାଙ୍କର କିଛି ସହକର୍ମୀ ରହୁଥିବାରୁ ସେ ଓଭର୍‌ ବ୍ରିଜ୍‌ ତଳ ଦେଇ ଚାଲି ଚାଲି ଯାଉଥିଲେ। ରେଳ ଧାରଣା ପାରି ହୋଇ ଯାଉଥିବା ସମୟରେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର