ବିବାହିତ ପ୍ରେମିକ ଘର ସମ୍ମୁଖରେ ଛତିଶଗଡ଼ି ପ୍ରେମିକାର ଧାରଣା

ମୁରିବାହାଲ : ସ୍ତ୍ରୀର ଅଧିକାର ଦାବି କରି ଛତିଶଗଡ଼ ଅଞ୍ଚଳର ଜଣେ ଯୁବତୀ ୧୫ଦିନରୁ ଅଧିକ ହେବ ବିବାହିତ ପ୍ରେମିକର ଘର ସମ୍ମୁଖରେ ଅନଶନରେ ବସିଥିବା ଘଟଣା ମୁରିବାହାଲ ଥାନା ପତ୍ରାପାଲି ପଞ୍ଚାୟତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଅଞ୍ଚଳର ଜଣେ ବିବାହିତ ତଥା ତିନି ସନ୍ତାନର ଜନକ ବ୍ୟକ୍ତି (୪୫) ପେଟପାଟଣା ପାଇଁ କିଛି ବର୍ଷ ତଳେ ରାୟପୁର ଅଞ୍ଚଳର ଏକ ଫାର୍ମକୁ ଯାଇଥିଲେ। ସେଠାରେ କାମ କରିବା ସମୟରେ ଛତିଶଗଡ଼ ଅଞ୍ଚଳର ଜଣେ ଯୁବତୀ ସହ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ସେଠାରେ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ ଏବଂ ଉଭୟ ରୋଜଗାର କରି ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ପଠାଉଥିଲେ। କିଛି ମାସ ତଳେ ଯୁବତୀକୁ ଛାଡ଼ି ବ୍ୟକ୍ତିଜଣଙ୍କ ନିଜ ଘରକୁ ଆସି ଆଉ ରାୟପୁରକୁ ଫେରିନଥିଲେ। ଫଳରେ‌ ଯୁବତୀ ଜଣକ ଖୋଜି ଖୋଜି ସଂପୃକ୍ତ ବ୍ୟକ୍ତିଙ୍କ ଗ୍ରାମରେ ପହଞ୍ଚିଥିଲେ। ମାତ୍ର ପ୍ରେମିକା ଗାଁକୁ ଆସୁଥିବା ଜାଣି ପ୍ରେମିକ ଜଣକ ଘରୁ ଫେରାର ହୋଇଯାଇଥିଲେ। ଯୁବତୀଜଣକ ପ୍ରେମିକଙ୍କ ଘର ଆଗରେ ଅନଶନରେ ବସିଥିଲେ। ୧୫ ଦିନ ଧରି ସେ ଅନଶନରେ ବସି ରହିଛନ୍ତି। ସଂପୃକ୍ତି ବ୍ୟକ୍ତିଙ୍କ ପରିବାର ଲୋକେ ଏ ସଂପର୍କରେ ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର