ନୀଳଗିରି : ଲକ୍ଷ୍ମୀ ପୂଜା ଭୋଗ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁର ରାଜା ବେହେରାଙ୍କ ଝିଅ ବେବି (୧୮)। ବେବି ଗତକାଲି ତାଙ୍କ ପଡ଼ୋଶୀଙ୍କ ଘରକୁ ଲକ୍ଷ୍ମୀପୂଜା ଭୋଗ ଖାଇବାକୁ ଯାଇଥିଲେ। ରାତିରେ ସେ ଅସୁସ୍ଥ ହୋଇ ପଡ଼ିଲେ ଓ ତାଙ୍କର ପ୍ରବଳ ବାନ୍ତି ହେଲା। ପରିବାର ଲୋକ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମେଡିକାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଫୁଡ ପଏଜନିଂ ଯୋଗୁଁ ଏହି ଘଟଣା ଘଟିଛି ବୋଲି ଡାକ୍ତର କହିଥିବା ଜଣାପଡ଼ିଛି।
ଭୋଗ ଖାଇ ଯୁବତୀ ମୃତ
/sambad/media/post_attachments/wp-content/uploads/2017/10/nilgiri_Bhog-khai-Mrutyu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)