ଭଣ୍ତାରିପୋଖରୀ : ଭଣ୍ତାରିପୋଖରୀ ଥାନା ଅନ୍ତର୍ଗତ ହାଟଡିହି ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ବାଳିକା ମୃତ୍ୟୁବରଣ କରିଥିବା ବେଳେ ଜଣେ ମହିଳା ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଗ୍ରାମର ପଞ୍ଚମ ଶ୍ରେଣୀରେ ପଢୁଥିବା ଫ୍ରଫୁଲ୍ଲ ଯେନାଙ୍କ ଝିଅ ବେବିରାଣୀ(୧୧)ରବିବାର ରାତିରେ ଶୋଇଥିବା ବେଳେ ଭୋର ସମୟରେ କଣ ଗୋଟାଏ କାମୁଡି ଦେଲା ବୋଲି ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ଭଣ୍ତାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ପଠାଇ ଦିଆଯାଇଥିଲା। ମାତ୍ର ଭଦ୍ରକରେ ତାର ମୃତ୍ୟୁ ଘଟିଥିଲା। ପ୍ରଫୁଲ୍ଲଙ୍କ ଭଣଜା ପ୍ରଶାନ୍ତ ଯେନା ବିଷଧର ସାପ କାମୁଡାରେ ବେବିରାଣୀ ମୃତ୍ୟୁ ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ। ସେହିପରି ବେବିରାଣୀର ଶବ ସତ୍କାର ପାଇଁ ଆସିଥିବା ସମ୍ପର୍କୀୟ ମଜୁରୀଗଡିଆ ଗ୍ରାମର ପ୍ରଦୀପ ଯେନାଙ୍କ ପତ୍ନୀ ଜୟନ୍ତୀ(୪୭) ସୋମବାର ଦିନ ପ୍ରାୟ ୯ଟା ସମୟରେ ଗ୍ରାମ ଦାଣ୍ତରେ ବସିଥିବା ବେଳେ ସାପ କାମୁଡିଥିଲା। ଜୟନ୍ତୀକୁ ପ୍ରଥମେ ଭଣ୍ତାରିପୋଖରୀ ଓ ପରେ ଭଦ୍ରକରେ ଗୁରୁତର ଅବସ୍ଥାରେ ଚିକିତ୍ସିତ କରାଯାଉଛି।
ସାପ କାମୁଡ଼ାରେ ନାବାଳିକା ମୃତ
/sambad/media/post_attachments/wp-content/uploads/2019/06/snake-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)